Student Union Election: ଛାତ୍ର ସଂସଦ ନିର୍ବାଚନ: ଓଡ଼ିଶାରେ ନିର୍ବାଚନ ଆଶା ବଢ଼ୁଛି
"ଭୁବନେଶ୍ବର: ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବାଜିମାତ୍ ପରେ ଓଡ଼ିଶା ଏବିଭିପି ଉତ୍ସାହିତ ହୋଇପଡ଼ିଛି।
ବିରୋଧୀ ବିଜୁ ଛାତ୍ର ଜନତା ଦଳ, ଛାତ୍ର କଂଗ୍ରେସ ସହ ସ୍ବର ମିଳାଇ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଏବିଭିପି ଦାବି କରିଛି।
କେବଳ ଦାବି କରି ନାହିଁ, ବରଂ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।
ଦଶହରା ତଥା ଦୁର୍ଗା ପୂଜା ଛୁଟି ପୂର୍ବରୁ ଏବିଭିପିର ଏଭଳି ଚେତାବନୀ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। "ନିର୍ବାଚନ ନେଇ ସରକାର ସକାରାତ୍ମକ" ଥିବା ବାରମ୍ବାର କହୁଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏଥର ମଧ୍ୟ ସମାନ କଥା କହିଛନ୍ତି।
ମାତ୍ର ନିର୍ବାଚନ ପାଇଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରିନାହାନ୍ତି।
ଯେଉଁଥିପାଇଁ କ୍ୟାମ୍ପସ ନିର୍ବାଚନ ନେଇ ଦ୍ବନ୍ଦ୍ବ ଜାରି ରହିଛି।
ଚଳିତବର୍ଷ ରାଜ୍ୟ ସରକାର କ୍ୟାମ୍ପସ ନିର୍ବାଚନକୁ ଯିବେ ନା ପୁଣିଥରେ ସକାରାତ୍ମକ କରି ଶିକ୍ଷାବର୍ଷ ଗଡ଼ାଇ ଦେବେ ତାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଚାଲିଛି।Advertisment Keonjhar Mine: ଫାଇନାଲ୍ରେ କେନ୍ଦୁଝର ମାଇନର୍ସ ଏବିଭିପି ଓଡ଼ିଶା(ପୂର୍ବ) ରାଜ୍ୟ ସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀ କହିଛନ୍ତି, ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବା ଦୁର୍ଭାଗ୍ୟଜନକ।
ଗଣତନ୍ତ୍ରର ଏନ୍ତୁଡ଼ିଶାଳ କୁହାଯାଉଥିବା କ୍ୟାମ୍ପସଗୁଡ଼ିକରେ ନିର୍ବାଚନ ନହେବା କାରଣରୁ ଯୁବପିଢ଼ିଙ୍କ ନେତୃତ୍ୱ ବିକାଶ ଓ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଉଛି।
ଛାତ୍ର ସମାଜ ନିର୍ବାଚନକୁ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଥିବାବେଳେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ନୀରବଦ୍ରଷ୍ଟା ସାଜିଛନ୍ତି।
ସରକାର କେବଳ "ବିଷୟଟି ସକାରାତ୍ମକ ଅଛି" ବା ପ୍ରତିଶ୍ରୁତି ଦେଇ ନିଜ ଦାୟିତ୍ୱରୁ ଖସିଯିବା ଉଚିତ ନୁହେଁ।
କେବେ ସୁଦ୍ଧା ଛାତ୍ର ସଂସଦ ନିର୍ବାଚନ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ରାଜ୍ୟ ସରକାର ତାହା ସ୍ପଷ୍ଟ କରନ୍ତୁ।
ଯଦି ଶୀଘ୍ର ଏ ଦିଗରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ନିଆ ନଯାଏ ତେବେ ଛାତ୍ର ସମାଜ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ।
ଦିଲ୍ଲୀ ବିଶ୍ବବିଦ୍ୟାଳୟ ପରେ ଉତ୍ସାହିତ ଏବିଭିପିନିର୍ବାଚନ ନ କଲେ ରାସ୍ତାକୁ ଓହ୍ଲାଇବୁ: ଏବିଭିପି୭ ଦିନ ଭିତରେ ନିଆଯାଇପାରେ ନିଷ୍ପତ୍ତି ଆଗାମୀ ଦିନରେ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସରକାରଙ୍କ ଏପରି ଛାତ୍ରବିରୋଧୀ ନୀତି ବିରୋଧରେ ଦୃଢ଼ ପ୍ରତିବାଦ କରାଯିବ।
କ୍ୟାମ୍ପସରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ପାଇଁ ଆମର ଏହି ଲଢ଼େଇ ଜାରି ରହିବ ବୋଲି ଦୀପ୍ତିମୟୀ କହିଛନ୍ତି।ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଆଜିଠାରୁ ବାଲେଶ୍ବରରେ ଆରମ୍ଭ ହୋଇଥିବା ଏବିଭିପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଏବିଭିପିର ନେତାମାନେ କଡ଼ା ଭାଷାରେ ନିନ୍ଦା କରିଛନ୍ତି।
ଇତିମଧ୍ୟରେ ଏବିଭିପି ଜିଲ୍ଲା ସ୍ତରରେ ନିଜ ସଙ୍ଗଠନକୁ ସୁଦୃଢ଼ କରୁଛି।
ପୁରାତନ ସଦସ୍ୟଙ୍କ ସହ ସଙ୍ଗଠନର ବର୍ତ୍ତମାନର ସଦସ୍ୟ ସାମିଲ ହୋଇ କ୍ୟାମ୍ପସ କମିଟି ଗଠନରେ ଲାଗିପଡ଼ିଛନ୍ତି।
ଆଶା ଓ ଆକାଶ; ରତ୍ନ ଭଣ୍ଡାର ମଣତି: ପ୍ରତିଶ୍ରୁତିର ପରୀକ୍ଷା ରାଜ୍ୟ ସ୍ତରୀୟ ବିଜେପି ନେତା କିମ୍ବା ବିଧାୟକମାନେ ଏପର୍ଯ୍ୟନ୍ତ ସହଯୋଗର ହାତ ବଢ଼ାଇ ନାହାନ୍ତି।
ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କ୍ୟାମ୍ପସରେ ନିର୍ବାଚନ ହେବା ନେଇ ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ।
ସମ୍ଭବତଃ ଆସନ୍ତା ସପ୍ତାହ ମଧ୍ୟରେ ଚୂଡ଼ନ୍ତ ନିଷ୍ପତ୍ତି ନିଆଯାଇପାରେ।
ଏଥିପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇ କ୍ୟାମ୍ପସଗୁଡ଼ିକର ବର୍ତ୍ତମାନ ସ୍ଥିତି, ଛାତ୍ରଛାତ୍ରୀଙ୍କ ପାଠପଢ଼ା, କ୍ୟାମ୍ପସର ଶୈକ୍ଷିକ ବାତାବରଣ ପରି ବିଭିନ୍ନ ବିଷୟରେ ଆଲୋଚନା ହେବ।
ଏପରିକି ସରକାରୀ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ମତ ଲୋଡ଼ାଯିବ।
ତେବେ ଇତିମଧ୍ୟରେ କେତେଜଣ କୁଳପତି ନିର୍ବାଚନ ସପକ୍ଷରେ ନ ଥିବା ମୌଖିକ ଭାବେ ପ୍ରକାଶ କରିଛନ୍ତି।
ଅକ୍ଟୋବର ୧୬ରୁ ସରକାରୀ ଛୁଟି ହେଉଥିବାରୁ ସମସ୍ତଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।