World Cotton Day: ବିଶ୍ବ ତୁଳା ଦିବସ
ଆମକୁ ପ୍ରତି ଦିନ ସ୍ପର୍ଶ କରୁଥିବା ଏକ ସାମଗ୍ରୀ ହେଉଛି ତୁଳା। ଏହି ପ୍ରାକୃତିକ ତନ୍ତୁ ଆମ ସଭ୍ୟତାର ହୃଦ୍ସ୍ଥଳରେ ରହିଆସିଛି। ଏହା କୋଟି କୋଟି ନିଯୁକ୍ତିର ଉତ୍ସ ଏବଂ ବହୁ ବିକାଶଶୀଳ ଦେଶର ଅର୍ଥନୀତି ପ୍ରତି ଏହାର ଅବଦାନ ଉଲ୍ଲେଖନୀୟ। ୨୦୨୧ ମସିହାରେ ତୁଳାର ଗୁରୁତ୍ବକୁ ସ୍ବୀକୃତି ପ୍ରଦାନ ସ୍ବରୂପ ମିଳିତ ଜାତିସଂଘର ସାଧାରଣ ସଭା ପ୍ରତି ବର୍ଷ ଅକ୍ଟୋବର ୭ ତାରିଖରେ ବିଶ୍ବ ତୁଳା ଦିବସ ପାଳନ କରିବା ନେଇ ଘୋଷଣା କରିଥିଲା। ଅର୍ଥନୈତିକ ପ୍ରଗତି, ଆନ୍ତର୍ଜାତିକ ବାଣିଜ୍ୟ ଓ ଦାରିଦ୍ର୍ୟ ଦୂରୀକରଣ ଦିଗରେ ତୁଳାର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ତୁଳା ସହ ଜଡ଼ିତ ଶିଳ୍ପର ଦୃଶ୍ୟମାନତା ବୃଦ୍ଧି କରିବା ଏହି ଦିବସ ପାଳନର ଅନ୍ୟତମ ଲକ୍ଷ୍ୟ। ଏ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ହେଉଛି: ‘କଲ୍ୟାଣ ପାଇଁ ତୁଳା: ବାଣିଜ୍ୟ, ରୂପାନ୍ତରଣ ଓ ଭାଗୀଦାରି ବଳରେ ସମୃଦ୍ଧି ଆଣିବା।’ ଏହି ଅବସରରେ ତୁଳା ସମ୍ପର୍କରେ କେତେକ ଜାଣିବା କଥା:
Neglect: ଘର ଅଗଣାରେ ସ୍ବାମୀଙ୍କୁ କବରଦେଲେ ଅସହାୟ ମହିଳା
l ଅନ୍ୟୂନ ୭୦୦୦ ବର୍ଷ ତଳେ କପା ଚାଷ ଆରମ୍ଭ ହୋଇଥିଲା।
l ୨୦୨୪ରେ ପୃଥିବୀରେ ଆନୁମାନିକ ୨.୬ କୋଟି ଟନ୍ ତୁଳା ଉତ୍ପାଦନ ହୋଇଥିଲା। ଏହାର ମୂଲ୍ୟ ପାଖାପାଖି ୪୬୦୦ କୋଟି ଡଲାର୍ ହେବ।
l ପୃଥିବୀର ପ୍ରାୟ ୨.୪ କୋଟି କୃଷକ କପା ଚାଷ କରନ୍ତି ଏବଂ ତୁଳା ଯୋଗୁଁ ପ୍ରାୟ ୧୨.୫ କୋଟି ଲୋକଙ୍କୁ ରୋଜଗାର ମିଳିଥାଏ।
l ସର୍ବାଧିକ ତୁଳା ଉତ୍ପାଦନ କରୁଥିବା ପୃଥିବୀର ପାଞ୍ଚଟି ଦେଶ ହେଉଛନ୍ତି ଯଥାକ୍ରମେ ଚୀନ, ଭାରତ, ବ୍ରାଜିଲ, ଯୁକ୍ତରାଷ୍ଟ ଆମେରିକା ଓ ପାକିସ୍ତାନ।
l ହାରାହାରି ୮୦% ତୁଳା ପୋଷାକ ନିର୍ମାଣ ପାଇଁ ବ୍ୟବହାର କରାଯାଏ। ଏହାର ଅବଶିଷ୍ଟ ଭାଗ ଘରୋଇ କପଡ଼ା ଓ ଶିଳ୍ପ ଉତ୍ପାଦ କ୍ଷେତ୍ରରେ ଉପଯୋଗ ହୋଇଥାଏ।
l ବସ୍ତ୍ର ନିର୍ମାଣରେ ତୁଳା ହେଉଛି ପଲିଷ୍ଟର୍ ପଛକୁ ଦ୍ବିତୀୟ ସର୍ବାଧିକ ବ୍ୟବହୃତ ସାମଗ୍ରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।