World of Sports: କ୍ରୀଡ଼ା ସଂସାର: ଗୋପାଳକୃଷ୍ଣଙ୍କ ଗୁରୁ ଭାର

Sep 27, 2026 - 06:53
World of Sports: କ୍ରୀଡ଼ା ସଂସାର: ଗୋପାଳକୃଷ୍ଣଙ୍କ ଗୁରୁ ଭାର

"ସୁରେଶ ସ୍ବାଇଁ ଭାରୋତ୍ତୋଳନ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ସଫଳ କ୍ରୀଡ଼ା।

ଏହି ଖେଳ ଆମକୁ ଆଦ୍ୟ ଅନ୍ତର୍ଜାତୀୟ ସଫଳତା ଦେଇଛି।

ବିଜୟ ଶତପଥୀ, କେ.

ରବି କୁମାର, ଝିଲ୍ଲୀ ଦଳବେହେରା, ରାନୁ ମହାନ୍ତି, ପ୍ରୀତିସ୍ମିତା ଭୋଇ, ବିଦ୍ୟୁସ୍ମିତା ଭୋଇ, ମୀନା ସାନ୍ତା, ସ୍ନେହା ‌ସୋରେନ୍‌ଙ୍କ ଭଳି ଅନ୍ତର୍ଜାତୀୟ ତାରକା ବି ଦେଇଛି।

ତେବେ ଯେଉଁମାନଙ୍କ ପରିଶ୍ରମ ବିନା ଏସବୁ ଖେଳାଳିଙ୍କ ଆବିର୍ଭାବ ଅସମ୍ଭବ ହୋଇଥାନ୍ତା; ସେହି ପ୍ରଶିକ୍ଷକମାନଙ୍କ ମଧ୍ୟରୁ ସଦ୍ୟ ସଫଳତା ହାସଲ କରିଥିବା ଗୁରୁ ଗୋପାଳକୃଷ୍ଣ ଦାସ ଅନ୍ୟତମ।

ଚଳିତବ‌ର୍ଷର ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ପୁରସ୍କାର ଜିତିଥିବା ଗୋପାଳଙ୍କ ଜୀବନଯାତ୍ରା ବି ରୋମାଞ୍ଚରେ ଭରା।Advertisment SIR: "ବିହାର, ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା" ""ଖେଳାଳି ଜୀବନଠାରୁ ପ୍ରଶିକ୍ଷଣ କ୍ୟାରିୟର୍‌ ପର୍ଯ୍ୟନ୍ତ ମୁଁ ସଂଘର୍ଷ ଭିତର ଦେଇ ଆସିଛି।

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବା ପରେ ମୋର ଦାୟିତ୍ବ ବଢ଼ିଛି।

ରାଜ୍ୟ ଭାରୋତ୍ତୋଳନ ସଂଘର ସମ୍ପାଦକ ଭାବେ ବି ମୋତେ ଏହି ଖେଳକୁ ପରବର୍ତ୍ତୀ ସ୍ତରକୁ ନେବାର ଅଛି।

ଏହି ଆଶା ଓ ବିଶ୍ବାସକୁ ଦୃଷ୍ଟିରେ ରଖି କାମ କରୁଛି।"" "ରବିବାର ସମ୍ବାଦ" ସହ କଥା ହେବା ବେଳେ ଏକଥା ପ୍ରକାଶ କରିଛନ୍ତି ୪୧ ବର୍ଷୀୟ ଗୋପାଳକୃଷ୍ଣ ଦାସ।

ପି ଧର୍ମାରାଓଙ୍କ ପରେ ଦ୍ବିତୀୟ ଭାରୋତ୍ତୋଳନ ପ୍ରଶିକ୍ଷକ ଭାବେ ତାଙ୍କୁ ମିଳିଛି ବିଜୁ ପଟ୍ଟନାୟକ ସମ୍ମାନ।

ଗୋପାଳଙ୍କ ଉତ୍‌ଥାନ ପଛରେ ରହିଛି ବହୁ ସଂଘର୍ଷ ଓ ତ୍ୟାଗ।

ଅନୁଗୋଳ ଜିଲ୍ଲାର ବଣାମୀରା ଗାଁର ବାସିନ୍ଦା ଗୋପାଳ ସ୍କୁଲ୍‌ ପଢ଼ା ପରେ ଢେଙ୍କାନାଳରେ କଲେଜ ଜୀବନ ବିତାନ୍ତି।

ତା"ସହ ଢେଙ୍କାନାଳ କ୍ରୀଡ଼ା ଛାତ୍ରାବାସରେ ଭାରୋତ୍ତୋଳନ ପ୍ରଶିକ୍ଷଣ ନେଇ ଖେଳ ଜୀବନ ବି ଗଢ଼ିବାକୁ ଚେଷ୍ଟା କରନ୍ତି।

ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ବି ପଦକ ଜିତନ୍ତି।

ହଠାତ୍‌ ୨୦୦୮ ମସିହାରେ ଢେଙ୍କାନାଳ କ୍ରୀଡ଼ା ଛାତ୍ରାବାସରୁ ଭାରୋତ୍ତୋଳନକୁ ବାଦ୍‌ ଦିଆଯାଏ।

ଗୋପାଳକୃଷ୍ଣଙ୍କ ସହ ଅନ୍ୟତମ ଉଦୀୟମାନ ପ୍ରତିଭା ଦିବ୍ୟଜ୍ୟୋତିଙ୍କ ଖେଳ ଜୀବନ ସେଇଠି ଶେଷ ‌ହୋଇଯାଏ।

ଦିଗ୍‌ଦର୍ଶନର ଅଭାବ ଗୋପାଳଙ୍କୁ ଦିଗହରା କରିଦିଏ।

ଫଳରେ ସେ ୨୦୧୦ରୁ ୨୦୧୪ ମସିହା ପର୍ଯ୍ୟନ୍ତ କେବୁଲ୍‌ ବ୍ୟବସାୟରେ ମନୋନିବେଶ କରନ୍ତି।

ମନ କିନ୍ତୁ ଏ କାମରେ ଲାଗେନାହିଁ।

ଖେଳର ଆକର୍ଷଣ ତାଙ୍କୁ ପୁଣି ଟାଣି ଆଣେ।

ଢେଙ୍କାନାଳର ସ୍କୁଲ୍‌, କଲେଜ ବୁଲିବା ସହ ବହୁ ଅଭିଭାବକଙ୍କୁ ଭେଟି ଭା‌ରୋତ୍ତୋଳନ ପ୍ରତିଭା ‌ଯୋଗାଡ଼ କରି ପ୍ରଶିକ୍ଷଣ କାମରେ ଲାଗିପଡ଼ନ୍ତି।

ଜଣେ ଦୁଇଜଣଙ୍କୁ ନେଇ ଅଭିଯାନ ଆରମ୍ଭ କରନ୍ତି ସେ।

Vedanta: ୩ ବର୍ଷରେ ରାଜ୍ୟରେ ୧ ଲକ୍ଷ କୋଟି ଖଟାଇବ ବେଦାନ୍ତ, ବକ୍ସାଇଟ ଯୋଗାଣ ତ୍ୱରାନ୍ବିତ ନେଇ ବେଦାନ୍ତ ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଗୋପାଳକୃଷ୍ଣ କହନ୍ତି, ""ୟୁଟ୍ୟୁବ୍‌କୁ ମାଧ୍ୟମ କରି ପ୍ରଶିକ୍ଷଣ ଦେବା ଆରମ୍ଭ କଲି।

ଏବେ ମୋ ଚାରାଟି ମହାଦ୍ରୁମରେ ପରଣିତ ହୋଇଛି।

ମୋ ପାଖରେ ବର୍ତ୍ତମାନ ୬୦ରୁ ଅଧିକ ପିଲା ଅଛନ୍ତି।

ଯେଉଁମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ମୋ ପାଖରେ ସମୟ ନାହିଁ।

ଅବଶ୍ୟ ପିଲାଙ୍କୁ ଆଉ ଆଗଭଳି ବୁଝାଇବାକୁ ପଡୁନାହିଁ।

ମୋ ଗୁରୁ ସୀତା ପ୍ରସାଦ ପଟ୍ଟନାୟକ ଓ ତତ୍କାଳୀନ ଢେଙ୍କାନାଳ କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ ମହାନ୍ତିଙ୍କ ପ୍ରେରଣା ମୋତେ ସଫଳ ପ୍ରଶିକ୍ଷକ କରିବାରେ ବଡ଼ ଯୋଗଦାନ ରଖିଛି।"" ସେ ଆହୁରି କହନ୍ତି, ""୨୦୧୮ ମସିହାରେ କିଟ୍‌ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଏନ୍‌ଆଇଏସ୍‌ ପ୍ରଶିକ୍ଷଣ ପାଠ୍ୟକ୍ରମ ମୋତେ ଆଗକୁ ବଢ଼ିବାକୁ ବାଟ ଦେଖାଇଥିଲା।

୨୦୧୫ରେ ଢେଙ୍କାନାଳରେ ସାଇର ଭାରୋତ୍ତୋଳନ କେନ୍ଦ୍ର ‌ଖୋଲିବା ମୋତେ ପରୋକ୍ଷରେ ବଢ଼ିବାକୁ ଦିଶା ‌ଦେଇଥିଲା।

ମୁଁ  ନିଜ ଖର୍ଚ୍ଚରେ ଜିମ୍ନାସିୟମ୍‌ କରିଥିଲି।

ଢେଙ୍କାନାଳରେ ନିଷ୍କ୍ରିୟ ହୋଇପଡ଼ିଥିବା ଭାରୋତ୍ତୋଳନ ସଂଘକୁ ପୁର୍ନଗଠନ ବି କରିଥିଲି।

୨୦୧୭ ମସିହା ବେଳକୁ ପଦକ ମିଳିବା ଆରମ୍ଭ ହୋଇଯାଇଥିଲା।

ଏହା ମୋତେ ଗମ୍ଭୀରତାର ସହ ପ୍ରଶିକ୍ଷଣକୁ ପେସା କରିବାକୁ ପ୍ରେରିତ କରିଥିଲା।

ତଥାପି ଦୁର୍ଭାଗ୍ୟ ମୋ ପିଛା ଛାଡ଼ିନଥିଲା।

୨୦୨୧ରେ ସାଇ କେନ୍ଦ୍ର ପୁଣି ବନ୍ଦ ହେବା ଏହି ଗତିକୁ ରୋକି ଦେଇଥିଲା।

୨୦୨୨ରୁ ମୁଁ ଟେନ୍‌ଭିକ୍‌ ଭାରୋତ୍ତୋଳନ ଏଚ୍‌ପିସିରେ ପ୍ରଶିକ୍ଷକ ଭାବେ କାମ କରିବା ସହ ରାଜ୍ୟ ସଂଘର ପରିଚାଳନା ପ୍ରତି ଧ୍ୟାନ ‌ଦେଉଛି।"" ଗୋପାଳକୃଷ୍ଣ ନିଜର ଦୁଇ ଭଉଣୀ ପ୍ରୀତିସ୍ମିତା ଓ ‌ବିଦୁସ୍ମିତା ଭୋଇଙ୍କୁ ତାରକା ଭାବେ ଗଢ଼ି ତୋଳିଛନ୍ତି।

କେବଳ ସେତିକି ନୁହେଁ, ତାଙ୍କ ମାର୍ଗଦର୍ଶନରେ ସୁବ୍ରତ ନାୟକ, ଶ୍ବେତଲାନା ମହାନ୍ତିଙ୍କ ଭଳି ନୂଆ ଚେହେରା ବାହାରୁଛନ୍ତି ବୋଲି ଖୁସିର ସହ ପ୍ରକାଶ କରିଥିଲେ ଗୋପାଳକୃଷ୍ଣ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।