Fake page: ସାମାଜିକ ଗଣମାଧ୍ୟମରେ ଆଇ-ଫୋର୍ସି ନାଁରେ ନକଲି ପେଜ୍
ଭୁବନେଶ୍ବର: ସାଇବର ଅପରାଧୀ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ କୌଶଳ ଅବଲମ୍ବନ କରୁଛନ୍ତି। କେତେବେଳେ ଗିଫ୍ଟ ଥୋପ ଦେଖାଇ ତ ଆଉ କେତେବେଳେ ଡିଜିଟାଲ୍ ଆରେଷ୍ଟ୍ କରି ଲୋକଙ୍କୁ ଚୂନ ଲଗାଉଛନ୍ତି। ଆଉ ଏହା ଭିତରେ ସାମାଜିକ ଗଣମାଧ୍ୟମରେ ସାଇବର ଠକେଇକୁ ନେଇ ନିୟମିତ ସଚେତନ କରୁଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଇଣ୍ଡିଆନ୍ ସାଇବର୍ କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର୍ ବା ଆଇ୪ସିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ସାଇବର ଅପରାଧୀ। ଅବିକଳ ଆଇ୪ସି ନାମରେ ସାମାଜିକ ଗଣମାଧ୍ୟମରେ ନକଲି ଆକାଉଣ୍ଟ୍ ଖୋଲି ଲୋକଙ୍କୁ ଠକୁଥିବା ସାମ୍ନାକୁ ଆସିଛି। ଫଳରେ ଲୋକେ ଏବେ ଅଭିଯୋଗ କେଉଁଠି କରିବେ ତାକୁ ନେଇ ସନ୍ଦେହରେ ଅଛନ୍ତି।
Narendra Moid: ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ
ଏପରିକି ସାମାଜିକ ଗଣମାଧ୍ୟମରେ କେଉଁଟି ଅସଲି ଏବଂ କେଉଁଟି ନକଲି ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଇ୪ସି ପକ୍ଷରୁ ସାଇବର ଅପରାଧୀଙ୍କ ବିରୋଧରେ ସଚେତନତା କରିବା ପାଇଁ ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ଲାଟଫର୍ମ ସାଇବର ଦୋସ୍ତ ନାଁରେ ଆକାଉଣ୍ଟ୍ ଖୋଲାଯାଇଛି। ମାତ୍ର ସରକାରୀ ୱେବସାଇଟ୍ରେ ଆଇ୪ସି ଉଲ୍ଲେଖ ରହିଛି। ସାଇବର ଅପରାଧୀ ଏହି ଆଇ୪ସିକୁ ଢାଲ କରି ସାମାଜିକ ଗଣମାଧ୍ୟମରେ ନକଲି ଆକାଉଣ୍ଟ୍ ଖୋଲୁଛନ୍ତି। ଅବିକଳ ଆଇ୪ସି ନାଁରେ ଖୋଲାଯାଇଥିବା ଏହି ନକଲି ଆକାଉଣ୍ଟ୍ର ସ୍ପେଲିଂରେ ସାମାନ୍ୟ ପରିବର୍ତ୍ତନ ରହିଛି। ସାଇବର ଅପରାଧୀଙ୍କ ଦ୍ବାରା ପରିଚାଳିତ ଏହି ଆକାଉଣ୍ଟ୍ରେ କ୍ରାଇମ୍ର ସ୍ପେଲିଂରେ ଆର୍ ନାହିଁ। ଏତିକି ତଥ୍ୟ ନିରିଖେଇ ନ ଦେଖିଲେ ଜାଣିବା ସମ୍ଭବ ନୁହେଁ। ହଠାତ୍ ଜଣେ ଏହି ଆକାଉଣ୍ଟ ସତ କି ମିଛ ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିବ। ଆଉ ଏହାରି ଫାଇଦା ଉଠାଇ ଲୋକଙ୍କୁ ମେସେଜ୍ କରି ଠକୁଛନ୍ତି।
ସହାୟତାର ବିଜ୍ଞାପନ ଦେଇ ଲୁଟୁଛନ୍ତି: ବିଶେଷଜ୍ଞ
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ସାଇବର ଠକ ଫେସବୁକ୍ରେ ଚାଲୁଥିବା ବିଭିନ୍ନ ଭିଡିଓ ମଝିରେ ବିଜ୍ଞାପନ ଛାଡ଼ୁଛନ୍ତି। ସେଥିରେ ଉଲ୍ଲେଖ ରହୁଛି ଯେ ଯଦି ଆପଣ ସାଇବର ଠକେଇର ଶିକାର ହୋଇଛନ୍ତି ତେବେ ସରକାରଙ୍କ ଦ୍ବାରା ପରିଚାଳିତ ଏହି ଆକାଉଣ୍ଟ୍ରେ ପଞ୍ଜୀକରଣ କରାଇ ନିଅନ୍ତୁ। ତେବେ ଠକେଇର ଶିକାର ହୋଇଥିବା ଲୋକେ ଠକେଇ ଟଙ୍କା ଫେରିପାଇବା ଆଶାରେ ଉକ୍ତ ଫେସବୁକ୍ ପେଜ୍ ଦ୍ବାରା ତିଆରି ହୋଇଥିବା ଫର୍ମରେ ପଞ୍ଜୀକରଣ କରୁଛନ୍ତି। ଏହା ପରେ ସାଇବର ଅପରାଧୀ ନିଜେ ଏକ ଟିକଟ୍ ଜେନେରେଟ୍ କରି ଏଫ୍ଆଇଆର୍ ପଞ୍ଜୀକରଣ ପାଇଁ କିଛି ଟଙ୍କା ମାଗୁଛି। ପରେ ଟଙ୍କା ନେବା ପରେ ମୋବାଇଲ୍ ବ୍ୟାଙ୍କ୍ ଆକାଉଣ୍ଟ୍ ପଞ୍ଜୀକୃତ ଥିବା ନମ୍ବରକୁ ଓଟିପି ପଠାଉଛନ୍ତି। ଓଟିପି ନେବା ପରେ ଆକାଉଣ୍ଟ୍ ଖାଲି କରୁଛନ୍ତି।
Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ
ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ଦେଶ ବାହାରେ ବସି ସାଇବର ଠକ ପ୍ରଥମେ ସାମାଜିକ ଗଣମାଧ୍ୟମରେ ପେଜ୍ ଖୋଲନ୍ତି। ପରେ ଏହିପେଜ୍ର ନାଁ ବଦଳାଇ ସରକାରୀ ସଂଚାଳିତ ବିଭାଗର ନାଁ ରଖାଯାଏ। ଆଉ ସହାୟତାର ବିଜ୍ଞାପନ ଦେଇ ଲୋକଙ୍କୁ ଠକନ୍ତି। ନିକଟରେ ଆଇ୪ସି ନାଁରେ ନକଲି ଆକାଉଣ୍ଟ୍ ଖୋଲିବା ପରେ ଏହା ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।