World Ozone Day: ବିଶ୍ବ ଓଜୋନ୍‌ ଦିବସ

Sep 16, 2026 - 06:35
World Ozone Day: ବିଶ୍ବ ଓଜୋନ୍‌ ଦିବସ

"ଆଜି ବିଶ୍ବ ଓଜୋନ୍‌ ଦିବସ।

ଏହା ଆମକୁ ଆମବାୟୁମଣ୍ଡଳରେ ଥିବା ଓଜୋନ୍‌ ସ୍ତର ସୁରକ୍ଷାର ଗୁରୁତ୍ବ ବାବଦରେ ସଚେତନ କରାଇବା ପାଇଁ ଉଦ୍ଦିଷ୍ଟ।

ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟାଲୋକରେ ଥିବା ମାରାତ୍ମକ ଅତିବାଇଗଣୀ ରଶ୍ମି କବଳରୁ ଆମକୁ ରକ୍ଷା କରିବା ପାଇଁ ଓଜୋନ୍‌ ସ୍ତର ଏକ ଢାଲ ଭାବେ କାମ କରିଥାଏ।

ତେବେ ଆମର ଆଧୁନିକ ଚଳଣି ଯୋଗୁଁ ବାୟୁମଣ୍ଡଳକୁ ବିଭିନ୍ନ ପ୍ରକାର  କ୍ଷତିକାରକ ବାଷ୍ପ ନିର୍ଗମନ ହୋଇ ଓଜୋନ୍‌ ସ୍ତରରେ ଅବକ୍ଷୟ ଦେଖାଯାଇଛି।

ତେଣୁ ଉକ୍ତ ସ୍ତରକୁ କିପରି ଅତ୍ୟଧିକ ରାସାୟନିକ କ୍ଷତିରୁ ରକ୍ଷା କରାଯାଇପାରିବ, ତାହା ଆମମାନଙ୍କର ଦାୟିତ୍ବ।Advertisment Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ "ପଦ୍ଧତି" ମୁଖ୍ୟତଃ କ୍ଲୋରୋଫ୍ଲୋରୋକାର୍ବନ୍‌ ପରି ବାଷ୍ପ ଓଜୋନ୍‌ ସ୍ତରର କ୍ଷତି ଘଟାଇଥାଏ।

୧୯୮୫ ମସିହାରେ ଆଣ୍ଟାର୍କଟିକା ଉପରେ ଓଜୋନ୍‌ ସ୍ତରରେ ଗର୍ତ୍ତ ହୋଇଥିବା କଥା ଜଣାପଡ଼ିଥିଲା।

ତେଣୁ ୧୯୮୭ ସେପ୍‌ଟେମ୍ବର ୧୬ରେ ଜାତିସଂଘର ମଣ୍ଟ୍ରିଲ୍‌ ପ୍ରୋଟୋକଲ୍‌ରେ ଓଜୋନ୍‌ କ୍ଷତିକାରୀ ବାଷ୍ପକୁ ନିଷିଦ୍ଧ କରିବା ପାଇଁ ଏକ ରାଜିନାମା ସ୍ବାକ୍ଷର ହୋଇଥିଲା।

ପରେ ସେହି ଦିବସକୁ ବିଶ୍ବ ଓଜୋନ୍‌ ଦିବସ ରୂପେ ପାଳିବା ପାଇଁ ୧୯୯୪ରେ ଜାତିସଂଘର ସାଧାରଣ ପରିଷଦ ଦ୍ବାରା ଏକ ସଂକଳ୍ପ ଗୃହୀତ ହୋଇଥିଲା।

ଏ ଦିବସ ପାଳନ ଅବସରରେ ପ୍ରତ୍ୟେକ ନାଗରିକ ଓଜୋନ୍‌ ସ୍ତରର ଉପକାରିତା ଏବଂ ଏହାର କ୍ଷତି କିପରି ସମଗ୍ର ଜୀବଜଗତ ପାଇଁ ଅଭିଶାପ ହୋଇପାରେ, ସେ ସମ୍ପର୍କରେ ଅବଗତ ହୋଇପାରୁଛନ୍ତି।

ଏଥି ସହିତ ସାମୂହିକ ଭାବରେ ପ୍ରତ୍ୟେକ ରାଷ୍ଟ୍ର ପକ୍ଷରୁ ଓଜୋନ୍‌ ସ୍ତରର ସୁରକ୍ଷା ପାଇଁ ଅଭିନବ ପଦକ୍ଷେପମାନ ନେବାକୁ ପ୍ରୋତ୍ସାହିତ କରାଯାଉଛି।

ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ହେଉଛି:"ଶୀତଳ ଗ୍ରହ ପାଇଁ ବିଶ୍ବସ୍ତରୀୟ ପଦକ୍ଷେପ"।

Sex Racket Busted: ଲାଗିଥିଲା ଅବସରପ୍ରାପ୍ତ ପୁଲିସ ଇନ୍‌ସପେକ୍ଟର ନାମଫଳକ, ଚାଲିଥିଲା ଦେହ ବ୍ୟବସାୟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।