16 SEPTEMBER 2026

Welcome!

Unlock your personalized experience.
Sign Up

Delivery Agent: ମୋବାଇଲ୍ ଗ୍ରାହକଙ୍କୁ ଫସେଇବ ‘ୟୁଏସ୍‌ଏସ୍‌ଡି କୋଡ୍’: ଡେଲିଭରି ଏଜେଣ୍ଟ ପରିଚୟରେ ଆସୁଛି କଲ୍

Sep 16, 2026 - 07:18
Delivery Agent: ମୋବାଇଲ୍ ଗ୍ରାହକଙ୍କୁ ଫସେଇବ ‘ୟୁଏସ୍‌ଏସ୍‌ଡି କୋଡ୍’: ଡେଲିଭରି ଏଜେଣ୍ଟ ପରିଚୟରେ ଆସୁଛି କଲ୍

କଟକ: ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଛି ୟୁଏସ୍‌ଏସ୍‌ଡି ଆଧାରିତ କଲ୍ ଫରୱାର୍ଡିଂ ସାଇବର୍ ଠକେଇ। ଏହି ଠକେଇ ମାଧ୍ୟମରେ ସାଇବର ଅପରାଧୀମାନେ ବ୍ୟାଙ୍କ୍ ଓ ଡିଜିଟାଲ୍ ଆକାଉଣ୍ଟଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେଉଛନ୍ତି। ସାଧାରଣତଃ ବାଲାନ୍‌ସ ଯାଞ୍ଚ କିମ୍ବା କଷ୍ଟମର୍‌ ସହାୟତା ଭଳି ନିୟମିତ ଟେଲିକମ୍ ସେବା ପାଇଁ ବ୍ୟବହୃତ ହେଉଥିବା ‘ୟୁଏସ୍‌ଏସ୍‌ଡି କୋଡ୍’ ସମ୍ପର୍କରେ ମୋବାଇଲ ଗ୍ରାହକଙ୍କ ସୀମିତ ଜ୍ଞାନ ଥିବାରୁ ଏହାର ଫାଇଦା ଅପରାଧୀମାନେ ଉଠାଉଛନ୍ତି। 

Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ ‘ପଦ୍ଧତି’

ସାଇବର୍‌ ଠକମାନେ ନିଜକୁ କୋରିଅର୍‌ କିମ୍ବା ଡେଲିଭରି ଏଜେଣ୍ଟ୍ ଭାବେ ପରିଚୟ ଦେଇ ପାର୍ସଲ୍ ସୁନିଶ୍ଚିତୀକରଣ, ଠିକଣା ଯାଞ୍ଚ କିମ୍ବା ଡେଲିଭରି ସମୟ ବଦଳାଇବା ବାହାନାରେ ଫୋନ୍ କରୁଛନ୍ତି। ଏହାପରେ ସେମାନେ ଫୋନ୍ କଲ୍‌ କିମ୍ବା ମେସେଜ୍ ପଠାଇ ଗ୍ରାହକଙ୍କୁ ଏକ ‘ୟୁଏସ୍‌ଏସ୍‌ଡି କୋଡ୍’ ଡାଏଲ୍ କରିବାକୁ କହୁଛନ୍ତି। ଏହି କୋଡ୍ ସାଧାରଣତଃ ‘*୨୧*’ ରୁ ଆରମ୍ଭ ହୋଇଥାଏ ଏବଂ ଏହା ପଛରେ ସାଇବର୍‌ ଠକଙ୍କ ଫୋନ୍ ନମ୍ବର ଯୋଡ଼ାଯାଇଥାଏ। ଥରେ ଏହି କୋଡ୍ ଡାଏଲ୍ ହୋଇଗଲେ ମୋବାଇଲ୍‌ ଗ୍ରାହକଙ୍କ ଫୋନ୍‌ରେ ତୁରନ୍ତ କଲ୍ ଫରୱାର୍ଡିଂ ବ୍ୟବସ୍ଥା ସକ୍ରିୟ ହୋଇଯାଏ। ଉକ୍ତ ମୋବାଇଲକୁ ଆସୁଥିବା ସମସ୍ତ ଇନକମିଂ କଲ୍‌ ଫରୱାର୍ଡ ହୋଇଯାଏ। ଏଥିରେ ବ୍ୟାଙ୍କ ଭେରିଫିକେସନ୍ କଲ୍, ଭଏସ୍‌ ଓଟିପି ଆଲର୍ଟ ଏବଂ ହ୍ବାଟ୍‌ସଆପ୍‌, ଟେଲିଗ୍ରାମ୍‌ ଇତ୍ୟାଦିର ଅଥେଣ୍ଟିକେସନ୍ ଅନୁରୋଧ ସିଧାସଳଖ ଠକର ନମ୍ବରକୁ ଫରୱାର୍ଡ ହୋଇଯାଏ। ଏହି ଯାଞ୍ଚ ମାଧ୍ୟମଗୁଡ଼ିକ ଉପରେ ନିୟନ୍ତ୍ରଣ ପାଇବା ପରେ ଅପରାଧୀମାନେ ମୋବାଇଲ ଗ୍ରାହକଙ୍କ ଅଜାଣତରେ ଆକାଉଣ୍ଟରୁ ଟଙ୍କା ଉଠାଇବା, ପାସୱାର୍ଡ ରିସେଟ୍ କରିବା ଏବଂ ଏକାଧିକ ଡିଜିଟାଲ୍ ଆକାଉଣ୍ଟକୁ ହ୍ୟାକ୍ କରିବାରେ ସଫଳ ହୋଇଥାନ୍ତି। ‘ୟୁଏସ୍‌ଏସ୍‌ଡି କୋଡ୍’ ବିନା ଇଣ୍ଟରନେଟ୍ ସଂଯୋଗରେ କାର୍ଯ୍ୟ କରିଥାଏ। ଅନେକ କ୍ଷେତ୍ରରେ ମୋବାଇଲ୍‌ରେ କଲ୍ ଫରୱାର୍ଡିଂ ସକ୍ରିୟ ହୋଇଥିବା ନେଇ ବ୍ୟବହାରକାରୀଙ୍କୁ କୌଣସି ସୂଚନା ମିଳିନଥାଏ। କେତେବେଳେ ବ୍ୟାଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ଖାଲି ହୋଇଯାଇଥାଏ, ଏ ନେଇ ସାମାନ୍ୟତମ ଟେର୍ ପାଇନଥାନ୍ତି ମୋବାଇଲ ଗ୍ରାହକ।

ଡେଲିଭରି ଏଜେଣ୍ଟ ପରିଚୟରେ ଆସୁଛି କଲ୍
କଲ୍ ଫରୱାର୍ଡ କରି ଖାଲି କରୁଛନ୍ତି ବ୍ୟାଙ୍କ ଆକାଉଣ୍ଟ

AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ

ତେଣୁ ସାଇବର୍‌ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ‘୨୧’, ‘୬୧’, ‘୬୭’ କିମ୍ବା ଏହିପରି ପ୍ରିଫିକ୍ସରୁ ଆରମ୍ଭ ହେଉଥିବା ୟୁଏସ୍‌ଏସ୍‌ଡି କୋଡ୍ କେବେ ବି ଡାଏଲ୍ ନ କରିବା ଉଚିତ। ଯଦି ଭୁଲବଶତଃ କଲ୍ ଫରୱାର୍ଡିଂ ସକ୍ରିୟ ହୋଇଥାଏ, ତେବେ ତୁରନ୍ତ **##୦୦୨#** ଡାଏଲ୍ କରି ସମସ୍ତ କଲ୍ ଫରୱାର୍ଡିଂ ସେବାକୁ ବାତିଲ କରିଦେବା ଆବଶ୍ୟକ। ଏହା ବ୍ୟତୀତ ଏସ୍‌ଏମ୍‌ଏସ୍‌, ଇମେଲ୍ କିମ୍ବା ମେସେଜିଂ ଆପ୍‌ଗୁଡ଼ିକରେ ଆସୁଥିବା ସନ୍ଦେହଜନକ ଡେଲିଭରି ସମ୍ବନ୍ଧୀୟ ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ ପରାମର୍ଶ ଦିଆଯାଇଛି। ମୋବାଇଲ୍‌ ଗ୍ରାହକ ଏଭଳି ଠକେଇର ଶିକାର ହୋଇଥିଲେ ତୁରନ୍ତ ଜାତୀୟ ସାଇବର୍ ଅପରାଧ ରିପୋର୍ଟିଂ ପୋର୍ଟାଲ (ଏନ୍‌ସିଆର୍‌ପି)ର ଯୋଗାଯୋଗ ନମ୍ବର ୧୯୩୦ରେ ଫୋନ୍ କରି କିମ୍ବା https://cybercrime.gov.in/ ୱେବ୍‌ସାଇଟ୍‌ରେ ଘଟଣା ସମ୍ପର୍କରେ ସୂଚନା ଦେବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।