World Suicide: ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ
"ଆତ୍ମହତ୍ୟା ଏଭଳି ଏକ ଜନସ୍ବାସ୍ଥ୍ୟ ସମସ୍ୟା ଯାହାର ସୁଦୂରପ୍ରସାରୀ ସାମାଜିକ, ଆବେଗିକ ଓ ଅର୍ଥନୈତିକ ପରିଣାମ ରହିଛି।
ପ୍ରତି ବର୍ଷ ପୃଥିବୀରେ ପ୍ରାୟ ୭,୨୦,୦୦୦ ଲୋକ ନିଜ ଜୀବନ ନେଉଥିବାର ତଥ୍ୟ ରହିଛି।
ଆତ୍ମହତ୍ୟା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ବିଶ୍ବ ମାନସିକ ସ୍ବାସ୍ଥ୍ୟ ସଂଘ ସହ ମିଶି ଆନ୍ତର୍ଜାତିକ ଆତ୍ମହତ୍ୟା ନିବାରଣ ସଂଘ ଏପରି ଦିବସ ପାଳନ ଉପରେ ଗୁରୁତ୍ବାରୋପ କରୁଛି।
୧୯୯୯ ମସିହାରେ ଆତ୍ମହତ୍ୟା ନେଇ ସଚେତନତା ସୃଷ୍ଟି ପାଇଁ ଏକ ଦିବସର ପରିକଳ୍ପନା କରାଯାଇଥିବା ବେଳେ ୨୦୦୩ ମସିହାରୁ ଏହି ଦିବସ ପାଳିତ ହେଉଛି।
ତେବେ ୨୦୧୧ ମସିହାରେ ୪୦ଟି ରାଷ୍ଟ୍ର ମିଳିତ ଭାବେ ଏହି ଦିବସ ପାଳନ ପୂର୍ବକ ଜନଜାଗରଣ ସୃଷ୍ଟି କରିଥିଲେ।
Advertisment Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା ମୋଟାମୋଟି ହତ୍ୟା ଓ ଯୁଦ୍ଧରେ ମରୁଥିବା ନାଗରିକଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଲୋକ ଆତ୍ମହତ୍ୟା କରୁଛନ୍ତି।
୧୫ରୁ ୨୪ ବର୍ଷ ବୟସ୍କଙ୍କ ମୃତ୍ୟୁର ପ୍ରମୁଖ କାରଣ ଆତ୍ମହତ୍ୟା ରହିଛି।
ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ହେଉଛି "ଆତ୍ମହତ୍ୟାର ବ୍ୟାଖ୍ୟାନ ବଦଳାଇବା"।
ଏହା ଆତ୍ମହତ୍ୟା ଓ ଆତ୍ମହତ୍ୟାପ୍ରବଣତା ନେଇ ଖୋଲା ଓ ସତ୍ୟନିଷ୍ଠ ଆଲୋଚନାକୁ ପ୍ରୋତ୍ସାହିତ କରିବା ପାଇଁ ଅଭିପ୍ରେତ।
ନିରବତା ଓ ଭୁଲ୍ ବୁଝାମଣାର ସଂସ୍କୃତିକୁ ବଦଳାଇ ଆତ୍ମହତ୍ୟା ସମ୍ପର୍କରେ ମୁକ୍ତ ଆଲୋଚନା, ସମବେଦନା ଓ ସହାୟତାର ପରିବେଶ ସୃଷ୍ଟି ଦିଗରେ ତତ୍ପର ହେବା ଗୁରୁତ୍ବପୂର୍ଣ୍ଣ।
Horoscope 2026 September 10: ଜାଣନ୍ତୁ ଆଜିର ରାଶିଫଳ..."
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।