WPL 2027: ଅକ୍ଟୋବର ୨୮ରେ ଡବ୍ଲ୍ୟୁପିଏଲ୍ ନିଲାମ
"ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ନିଲାମ ଆସନ୍ତା ମାସ ୨୮ ତାରିଖରେ କୋଚିରେ କରିବାକୁ ବିସିସିଆଇ ଚିନ୍ତା କରିଛି।
ମଙ୍ଗଳବାର ବିସିସିଆଇ ଓ ଡବ୍ଲ୍ୟୁପିଏଲ୍ ପରିଚାଳନା ପରିଷଦ ମଧ୍ୟରେ ହୋଇଥିବା ଭର୍ଚୁଆଲ୍ ବୈଠକରେ ୨୦୨୭ ଋତୁ ପାଇଁ ଯୋଜନା ଚୂଡ଼ାନ୍ତ ହୋଇଛି।
ଏହି ବୈଠକରେ ବାରାଣାସୀରେ ପ୍ରଥମ ଥର ଡବ୍ଲ୍ୟୁପିଏଲ୍ର କିଛି ମ୍ୟାଚ୍ ଖେଳାଯିବା ନେଇ ମଧ୍ୟ ଆଲୋଚନା ହୋଇଛି। Advertisment ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ ଭାରତ ଏବେ ମ୍ୟାଚ୍ ଆୟୋଜନର ପ୍ରାଥମିକତା ତାଲିକାରେ ୨ଟି ଭେନ୍ୟୁ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମ୍ ଓ ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମ୍ ରହିଛି।
ଫେବ୍ରୁଆରି ମଧ୍ୟଭାଗରେ ଭାରତ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ।
ତେଣୁ ଏହା ପୂର୍ବରୁ ଜାନୁଆରି ଓ ଫେବ୍ରୁଆରି ମଧ୍ୟ ଡବ୍ଲ୍ୟୁପିଏଲ୍ ସାରିଦେବାକୁ ବିସିସିଆଇ ଯୋଜନା କରିଛି।
ଗତ ବର୍ଷ ଡବ୍ଲ୍ୟୁପିଲ୍ କେବଳ ୨ଟି ସ୍ଥାନରେ ଖେଳାଯାଇଥିଲା।
ଏହା ପୂର୍ବରୁ କିନ୍ତୁ ୪ ଭେନ୍ୟୁରେ ଆୟୋଜିତ ହେଉଥିଲା।
ଯଦି ବାରାଣାସୀ ନୂଆ ଭେନ୍ୟୁ ହୁଏ।
ତେବେ ଏହା ୟୁପି ୱାରିୟର୍ଜର ଘରୋଇ ପଡ଼ିଆ ହେବ।
Harry Brook: ଇତିହାସ ରଚିଲେ ବ୍ରୁକ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।