North India: ପଶ୍ଚିମା ବିକ୍ଷୋଭ ଯୋଗୁ ଉତ୍ତର ଭାରତରେ ପୁଣି ବର୍ଷା

Sep 16, 2026 - 19:38
North India: ପଶ୍ଚିମା ବିକ୍ଷୋଭ ଯୋଗୁ ଉତ୍ତର ଭାରତରେ ପୁଣି ବର୍ଷା

"ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବା ଆରମ୍ଭ କରିଥିବା ବେଳେ ଉତ୍ତର ଭାରତରେ ଆଉ ଏକ ଦଫା ବର୍ଷା ହେବାର ସମ୍ଭାବନା ରହିଛି।

ଅ‌ାଜି ଓ କାଲି ଏକ ପଶ୍ଚିମା ବିକ୍ଷୋଭ ଉତ୍ତର ଭାରତ ଅତିକ୍ରମ କରିବ।

ଏହାର ପ୍ରଭାବରେ ଉତ୍ତର-ପଶ୍ଚିମ ଭାରତରେ ବଜ୍ରପାତ ସହ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ।Advertisment ହିମାଳୟର ଉଚ୍ଚ ଅଞ୍ଚଳରେ ହୋଇପାରେ ତୁଷାରପାତ ବୁଧବାର ପଞ୍ଜାବ ଓ ଉତ୍ତର-ପଶ୍ଚିମ ରାଜସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି।

ଗୁରୁବାର ବର୍ଷାର ପ୍ରଭାବ ରାଜସ୍ଥାନ ଓ ପଶ୍ଚିମ ହରିୟାଣା ଆଡ଼କୁ ସ୍ଥାନାନ୍ତର ହେବ।

ଉତ୍ତର ଭାରତର ଅନ୍ୟ ଅଞ୍ଚଳରେ ମଧ୍ୟ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ।

ଦୁଇ ଦିନ ଧରି ପଶ୍ଚିମ ହିମାଳୟରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆକଳନ ରହିଛି।

ଏହି ସମୟରେ ହିମାଳୟର ଉଚ୍ଚ ଅଞ୍ଚଳରେ ତୁଷାରପାତ ହୋଇପାରେ।

ତେବେ ଲଗାତାର କିମ୍ବା ଦୀର୍ଘସ୍ଥାୟୀ ବର୍ଷାର ସମ୍ଭାବନା ନ ଥିବାରୁ ବଡ଼ ଧରଣର ପାଣିପାଗଜନିତ ବିଭ୍ରାଟର ଆଶଙ୍କା କମ୍‌ ରହିଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ପ୍ରତ୍ୟାବର୍ତ୍ତନ ପର୍ଯ୍ୟାୟରେ ଥିବାରୁ ପଶ୍ଚିମା ବିକ୍ଷୋଭର ଆଗମନ ଉତ୍ତର ଭାରତରେ ମୌସୁମୀର ଆଉ ଏକ ଶେଷ ବର୍ଷା ଆଣିପାରେ।

ଏହା ପରେ ପାଣିପାଗ ଧୀରେ ଧୀରେ ମୌସୁମୀ ପରବର୍ତ୍ତୀ ପର୍ଯ୍ୟାୟକୁ ମୁହାଁଇବ।

Bay of Bengal: ବଙ୍ଗୋପସାଗରରେ ବାତ୍ୟା ଭୟ: ୨୩ରୁ ୨୫ ମଧ୍ୟରେ ପୂର୍ବ ଉପକୂଳ ଛୁଇଁପା‌ରେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।