Yohaan Benjamin: ପର୍ତ୍ତୁଗିଜ୍ କ୍ଲବ୍ ଗୁଆର୍ଡା ଏଫ୍ସି ସହ ୟୋହାନ୍ଙ୍କ ଚୁକ୍ତି
"ନୂଆଦିଲ୍ଲୀ: ମୁମ୍ବାଇଜନ୍ମିତ ଭାରତୀୟ ଯୁବ ଅନ୍ତର୍ଜାତୀୟ ଫୁଟ୍ବଲର୍ ୟୋହାନ ବେଞ୍ଜାମିନ୍ ନିଜର ୟୁରୋପୀୟ ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି।
ସେ ପର୍ତ୍ତୁଗୀଜ କ୍ଲବ୍ ଗୁଆର୍ଡା ଏଫ୍ସି ସହ ଚୁକ୍ତି କରିଛନ୍ତି।
ଅନ୍ତର୍ଜାତୀୟ ଅନୁମୋଦନ ଓ ଭିସା ସମ୍ବଦ୍ଧୀୟ କାର୍ଯ୍ୟ ପରେ ସେ ଦଳ ସହ ଯୋଗଦେବେ।
ଗୁଆର୍ଡା ଏଫ୍ସି ସହ ଚୁକ୍ତି କରିବା ମୋ ପାଇଁ ବହୁତ ଖୁସିର ବିଷୟ।
ୟୁରୋପୀୟ ଯାତ୍ରା ପାଇଁ ଏହା ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।
ଉଚ୍ଚସ୍ତରୀୟ ପ୍ରତିଯୋଗିତାରେ ଖେଳି ନିଜକୁ ପ୍ରମାଣିତ କରିବାର ଏହା ଏକ ବଡ଼ ସୁଯୋଗ ହେବ।
ମୋ ଉପରେ ବିଶ୍ବାସ ରଖି ସୁଯୋଗ ଦେଇଥିବାରୁ ଗୁଆର୍ଡା ଏଫ୍ସି ନିକଟରେ କୃତଜ୍ଞ ବୋଲି ଚୁକ୍ତି ପରେ ବେଞ୍ଜାମିନ୍ କହିଛନ୍ତି।Advertisment ଏହି ମିଡ୍ଫିଲ୍ଡରଙ୍କ ଫୁଟ୍ବଲ୍ ଯାତ୍ରର ସ୍କୁଲ୍ ଓ ଏକାଡେମୀରୁ ଆରମ୍ଭ କରିଥିଲେ।
୨୦୨୨ରେ ସିଲଙ୍ଗ ଲାଜୋଙ୍ଗରେ ଯୋଗଦେବା ପୂର୍ବରୁ ସେ କନ୍ସାଏଣ୍ଟ୍ ଫୁଟ୍ବଲ୍ ମୁମ୍ବାଇ, ଫୁଟ୍ବଲ୍ ଏକାଡେମୀ ବେଙ୍ଗାଲୁରୁ ଓ ମିନର୍ଭା ଫୁଟ୍ବଲ୍ ଏକାଡେମୀରେ ଖେଳିଥିଲେ।
ଏହି କ୍ଲବ୍ ସହ ୩ ବର୍ଷ ରହିବା ମଧ୍ୟରେ ୟୋହାନ ଅନେକ ଅଭିଜ୍ଞତା ହାସଲ କରିଥିଲେ।
ସେ ୨୦୨୪ ସିଲଙ୍ଗ ପ୍ରିମିୟର ଲିଗ୍ରେ ୯ ଗୋଲ୍ କରିଥିଲା ବେଳେ ସିଲଙ୍ଗ ଲାଜୋଙ୍ଗର ଟ୍ରଫି ବିଜୟରେ ପ୍ରମୁଖ ଅବଦାନ ରଖିଥିଲେ।
ଏଥି ସହ ମେଘାଳୟ ଷ୍ଟେଟ୍ ଲିଗ୍ରେ ମଧ୍ୟ ଦଳକୁ ଉପବିଜେତା କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ।
ତାଙ୍କ ସହ ଚୁକ୍ତି କରିବା ପରେ ଗୁଆର୍ଡା ଫୁଟ୍ବଲ୍ କ୍ଲବ୍ର ସିଇଓ ଜୟ ଅଗ୍ରୱାଲ କହିଛନ୍ତି ଯେ ""ଆମେ ଯେପରି ଖେଳାଳି ଚାହୁଥିଲୁ ୟୋହାନ ସେପରି ଜଣେ ଖେଳାଳି।
ସେ ଉଚ୍ଚାଭିଳାଷୀ, ଉତ୍ସର୍ଗୀକୃତ ଏବଂ ସଫଳତା ଲାଗି ଭୋକିଲା ଅଛନ୍ତି।
ଆମେ ତାଙ୍କ ସହ ୨ ବର୍ଷିୟା ଚୁକ୍ତି କରି ବହୁତ ଖୁସି।
ଅନ୍ତର୍ଜାତୀୟ ଅନୁମୋଦନ, ଭିସା ଔପଚାରିକତା ଉପରେ ତାଙ୍କ ଯୋଗଦାନ ନିର୍ଭରଶୀଳ""।
ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ୫୪୭ ଛୁଇଁଲା: ଶବାଗାରରେ ସ୍ଥାନାଭାବ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।