Young Man’s Mysterious Death Raises Suspicion of Toxic Injection: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ଇଞ୍ଜେକସନ୍ ହୋଇପାରେ କାରଣ
ବିଷାକ୍ତ ଇଞ୍ଜେକସନ ନେଇ ରାଜଧାନୀରେ ଯୁବକଙ୍କ ମୃତ୍ୟୁ ସନ୍ଦେହ। ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଲାବୋରେଟୋରୀ ଟେକନିସିଆନ୍ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ସୂର୍ଯ୍ୟକାନ୍ତ ସାହୁ, ବୟସ ୨୪ ବର୍ଷ। ଘର ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ। ସେ ଭୁବନେଶ୍ବରରେ ଲକ୍ଷ୍ମୀସାଗର ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ।
ସୂର୍ଯ୍ୟକାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ତଦନ୍ତ ବେଳେ ମୃତକଙ୍କ ପକେଟରୁ ଏକ ଇଞ୍ଜେକସନ ମିଳିଛି। ତେଣୁ ବିଷାକ୍ତ ଇଞ୍ଜେକ୍ସନ ନିଜେ ନେଇଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପରିବାର ଲୋକଙ୍କୁ ପଚରାଉଚରା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ଦେଇଛି ପୋଲିସ।...
ବିଷାକ୍ତ ଇଞ୍ଜେକସନରୁ ଯୁବକଙ୍କ ମୃତ୍ୟୁ ସନ୍ଦେହ
ରାଜଧାନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ଘରୋଇ ହସ୍ପିଟାଲରେ ଥିଲେ ଲାବ୍ ଟେକନିସିଆନ୍
ନାଁ ସୂର୍ଯ୍ୟକାନ୍ତ ସାହୁ, ଘର ପୁରୀ ଜିଲ୍ଲାର ଅସ୍ତରଙ୍ଗ
ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ମୃତ ଯୁବକଙ୍କ ପକେଟରୁ ମିିଳିଲା ଇଞ୍ଜେକସନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।