Youth Dies After Police Rescue in Bhubaneswar: ନିଶାସକ୍ତ ଅବସ୍ଥାରେ ଉଦ୍ଧାର, କ୍ୟାପିଟାଲ ହସ୍ପିଟାଲରେ ଯୁବକଙ୍କ ଚାଲିଗଲା ଜୀବନ
ପୋଲିସ ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ରାଜଧାନୀ ସହିଦନଗର ଥାନା ଶବର ସାହି ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ଅଭିଯୋଗ ମୁତାବକ ନିଶାସକ୍ତ ଅବସ୍ଥାରେ ରାଜେଶ ମହାନ୍ତି ନାମକ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା ପିସିଆର । ତୁରନ୍ତ ତାଙ୍କୁ ଥାନାକୁ ନେବା ବେଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲରେ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ପୋଲିସର ଅବହେଳାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପିସିଆର ଷ୍ଟାଫଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ଅଘଟଣ ଘଟିଥିବା ସେମାନେ କହିଛନ୍ତି । କିନ୍ତୁ ଏଭଳି ଘଟଣାକୁ ଭିତ୍ତିହୀନ ବୋଲି କହିଛି କମିଶନରେଟ ପୋଲିସ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।