Youth Dies in Police Custody ପୁଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ମାଲକାନଗିରି ଥାନା ଘେରାଉ
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ହରିୟାଣା ପୁଲିସ ଏମ୍ଭି-୬୫ ଗ୍ରାମର ଯୁବକ ତନୁପ ଦେ(୨୪)ଙ୍କୁ ଘରୁ ଉଠାଇ ଆଣିଥିଲା।
ତେବେ କିଛି ସମୟ ପରେ ସ୍ଥାନୀୟ ଏକ ହୋଟେଲରୁ ତନୁପଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।
ଏହାକୁ ନେଇ ତନୁପଙ୍କ ପରିବାର ଓ ନିକଟ ସମ୍ପର୍କୀୟ ମାଲକାନଗିରି ଥାନା ଘେରାଉକରିବା ସହ ରାଜପଥ ୩୨୬ ଅବରୋଧ କରିଛନ୍ତି।
ହରିୟାଣା ପୁଲିସ ମାଡ଼ ମାରି ତନୁପଙ୍କୁ ହତ୍ୟା କରିଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି।
Advertisment custodial death Odisha ନରସିଂହପୁର ହାଜତମୃତ୍ୟୁ ମାମଲା, ୧୦ ବର୍ଷ ପରେ ଗିରଫ ହେଲେ ୬ ପୁଲିସ କର୍ମଚାରୀ ମାଲକାନଗିରି ଜିଲ୍ଲାର ଏମ୍ଭି-୬୫ ଗ୍ରାମର ଯୁବକ ତନୁପଙ୍କୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ହରିୟାଣାର ହଂସି ଥାନା ପୁଲିସ ଏମଭି-୧୪ ଗ୍ରାମରୁ ଉଠାଇ ଆଣିଥିବା ଅଭିଯୋଗ ହୋଇଛି।
ପରେ ତାଙ୍କୁ ମାଲକାନଗିରି ସହରର ଏକ ହୋଟେଲରେ ରଖାଯାଇଥିଲା।
ତେବେ ଆଜି (ସୋମବାର) ପୂର୍ବାହ୍ଣରେ ସେହି ହୋଟେଲରୁ ତନୁପଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।
Custodial Deaths: ୨୦୨୬ର ପ୍ରଥମ ୭୪ ଦିନରେ ସାରା ଦେଶରେ ୧୭୦ ହାଜତ ମୃତ୍ୟୁ ହୋଇଛି: କେନ୍ଦ୍ର ଏହି ଘଟଣାପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ହରିୟାଣା ପୁଲିସକୁ ଆଣି ମାଲକାନଗିରି ଥାନାରେ ରଖାଯାଇଥିଲା।
ଉତ୍ତ୍ୟକ୍ତ ଲୋକମାନେ ଥାନା ଠାରେ ପହଞ୍ଚିଥିଲେ।
ମାଲକାନଗିରି ପୁଲିସ ଥାନାରେ ରଖି ହରିୟାଣା ପୁଲିସକୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଥିଲେ।
ପାଇଛି।
ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଥାନା ଘେରାଉ କରି ହରିୟାଣା ପୁଲିସକୁ ଗିରଫ କରିବା ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ଏପରିକି ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ-୩୨୬ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି।
ଖବର ଲେଖାଯିବା ସୁଦ୍ଧା ଉତ୍ତେଜନା ଜାରି ରହିଥିବା ବେଳେ ଘଟଣାର ସମାଧାନ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
Kabisuryanagar Death Case: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା: ପ୍ରମାଣ ନଷ୍ଟ ଲାଗି ସୁଶାନ୍ତଙ୍କୁ ଅଟକ ରଖିଥିଲେ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି, ହରିୟାଣା ପୁଲିସ ତନୁପଙ୍କୁ ମାଡ଼ ମାରି ହତ୍ୟା କରିବା ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଛି।
ଅନ୍ୟପଟେ, ମାଲକାନଗିରି ପୁଲିସ କହିଛି, ଘଟଣାର ତଦନ୍ତ ଜାରି ରଖିଛି।
ତନୁପଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କ'ଣ, ତାହା ତଦନ୍ତ ପରେ ହିଁ ସାମ୍ନାକୁ ଆସିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।