Youth Missing After River Jump: ନଦୀକୁ ଡେଇଁ ଯୁବକ ନିଖୋଜ, ପୋଲ ଉପରେ ଥୁଆହୋଇଛି ସ୍କୁଟି
ଦେବୀ ନଦୀକୁ ଡେଇଁ ଯୁବକ ନିଖୋଜ। ଜଗତସିଂହପୁର ନାଉଗାଁ ଥାନା ଶିଖରଘାଟ ପୋଲ ଉପରୁ ଦେବୀ ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ । ନିଖୋଜ ଯୁବକ ସ୍ଥାନୀୟ ତିହୁଡ଼ା ଗାଁର ଶୈଳଶ ପାଢ଼ୀ। ଶୈଳଶ ପୋଲ ଉପରେ ନିଜ ସ୍କୁଟି ରଖି ଦେବୀ ନଦୀକୁ ଡେଇଁଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ନାଉଗାଁ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି।
ପରିବାର ଲୋକଙ୍କ ସୂଚନା ଅନୁସାରେ, ଆଜି ସକାଳେ ଶୈଳଶ ଘରୁ ବଜାରକୁ ଯାଉଛି ବୋଲି କହି ବାହାରିଥିଲେ। ମାତ୍ର କିଛି ସମୟ ପରେ ସେ ଦେବୀ ନଦୀକୁ ଡେଇଁ ନିଖୋଜ ଥିବା ଖବର ପରିବାର ଲୋକେ ଜାଣିବାକୁ ପାଇଥିଲେ। ତେବେ ଶୈଳଶ ନଦୀକୁ ଡେଇଁବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ନାଉଗାଁ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି।
ଜଗତସିଂହପୁରରେ ଦେବୀ ନଦୀକୁ ଡେଇଁ ଯୁବକ ନିଖୋଜ
ଶିଖରଘାଟ ପୋଲ ଉପରୁ ନଦୀକୁ ଡେଇଁ ଯୁବକ ନିଖୋଜ
ନିଖୋଜ ଯୁବକ ସ୍ଥାନୀୟ ତିହୁଡ଼ା ଗାଁର ଶୈଳଶ ପାଢ଼ୀ
ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଥିବା ଅଭିଯୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।