Youth Swept Away ନଦୀ ସୁଅରେ ଭାସି ଯୁବକ ନିଖୋଜ

Sep 13, 2026 - 19:53
Youth Swept Away ନଦୀ ସୁଅରେ ଭାସି ଯୁବକ ନିଖୋଜ

"ବାଙ୍କୀ : ଆଜି (ରବିବାର) ଅପରାହ୍ନ ସମୟରେ କଟକ ଜିଲ୍ଲା ବାଙ୍କୀ ମହାନଦୀ ପଠାର ଘୋଡ଼ାବର ନଦୀ ତୁଠରେ ଗାଧୋଉଥିଵା ବେଳେ ଜଣେ ଯୁବକ ସୁଅରେ ଭାସିଯାଇଛନ୍ତି।

ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତାମିଳିନାହିଁ।

Advertisment Birthday invitation: ଝିଅ ଜନ୍ମଦିନ ପାଇଁ ନିମନ୍ତ୍ରଣ କରି ଫେରୁଥିଲେ: ବାପା, ଡ୍ରାଇଭର ଭାସିଗଲେ , ଉଦ୍ଧାର କଲେ ଯୁବକ ସୂଚନାନୁଯାୟୀ କଟକ ଚାଉଳିଆଗଞ୍ଜ ଅଞ୍ଚଳରୁ ୩ ଜଣ ସାଙ୍ଗ ଅଂଶୁପା ପର୍ଯ୍ୟଟନ ସ୍ଥଳୀକୁ ବଣଭୋଜି କରିବାକୁ ଆସିଥଲେ।

ଭୋଜି ସାରି ୩ ଜଣ ସାଙ୍ଗ ଅପରାହ୍ନରେ ନଦୀରେ ଗାଧୋଉଥିବା ବେଳେ ଜଣେ ହଠାତ ସୁଅରେ ଭାସିଯାଇଥିଲେ।

ଖବର ପାଇ ଡମପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପଂହଁଚିଥିଲା।

ନଦୀରୁ  ୨ ଜଣଙ୍କୁ ଉଦ୍ଧାର କରିଛି।

ଖବର ଲେଖାଯିବା ବେଳକୁ ଭାସିଯାଇଥିବା ଯୁବକଙ୍କ ପତ୍ତାମିଳିନଥିବା ଜଣାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।