Youth Tied Up and Assaulted: ମାନସିକ ବିକୃତି ଥିବା ଯୁବକଙ୍କୁ ହାତ ଗୋଡ଼ ବାନ୍ଧି ମାଡ, ପୋଲିସ ନିଜ ଆଡୁ ରୁଜୁ କଲା କେସ୍
ମାନସିକ ବିକୃତ ଯୁବକଙ୍କୁ ନିସ୍ତୁକ ମାଡ଼। ଭୁବନେଶ୍ବର ରେଲୱେ ଷ୍ଟେସନରେ ଅମାନୁଷିକତାର ସବୁ ସୀମା ଟପିଲେ ଲୋକେ। ମାନସିକ ବିକୃତି ଥିବା ଜଣେ ଯୁବକଙ୍କ ହାତ ଗୋଡ଼ ବାନ୍ଧି ମାଡ ମାରି ଲହୁ ଲୁହାଣ କରିଛନ୍ତି। ମାଡ଼ମରାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ପରେ ସାମ୍ନାକୁ ଆସିଛି ଘଟଣା। ଏହା ଅଗଷ୍ଟ ୧୦ ତାରିଖ ରାତିର ଘଟଣା ବୋଲି ଜଣାପଡ଼ିଛି।
ଆକ୍ରମଣର ଶିକାର ହେଇଥିବା ଯୁବକ ହେଲେ ବୌଦ୍ଧ ତଳଗାଁର ଭରତ ବେହେରା। ଭରତ ଭୁବନେଶ୍ବର ରେଳୱେ ଷ୍ଟେସନ ଆସିଥିଲେ। ରାତିରେ ଦୋକାନ ବନ୍ଦ ଥିବାରୁ ଗୋଟିଏ ଦୋକାନରୁ ଖାଇବା ଆଣିଥିଲେ। ଏହା ଦେଖି କିଛି ଦୋକାନୀ ବିରୋଧ କରିବାରୁ ଦୋକାନକୁ ଭଙ୍ଗାରୁଜା କରିଥିଲେ। ପରେ ଷ୍ଟେସନରେ ଥିବା କିଛି ବ୍ୟବସାୟୀ ରାଗିଯାଇ ତାଙ୍କୁ ଏଭଳି ଦଣ୍ଡ ଦେଇଥବା କୁହାଯାଉଛି। ଆହତ ଯୁବକଙ୍କୁ GRP ଥାନାରେ ଦେବା ପରେ ଥାନାରେ ମାମଲାର ରଫ ଦଫା ହେଇଥିଲା । କିନ୍ତୁ ଏବେ ଭିଡିଓ ସାମ୍ନାକୁ ଆସିବା ପରେ GRP ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି।...
ମାନସିକ ବିକୃତ ଯୁବକଙ୍କୁ ନିସ୍ତୁକ ମାଡ଼
ଭୁବନେଶ୍ବର ଷ୍ଟେସନରେ ବର୍ବରତାର ସବୁ ସୀମା ଟପିଲେ ଲୋକେ
ଯୁବକଙ୍କ ହାତ ଗୋଡ଼ ବାନ୍ଧି ମାଡ ମାରି କଲେ ଲହୁ ଲୁହାଣ
ମାଡ଼ମରାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ
ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କଲା ଜିଆରପି ଥାନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।