02 SEPTEMBER 2026

Welcome!

Unlock your personalized experience.
Sign Up

Yuva swabhiman Day: ପାଳିତ ହେଲା ‘ଯୁବ ସ୍ବାଭିମାନ ଦିବସ’: ୬୭ ଶିବିରରୁ ୫୮୬୧ ୟୁନିଟ୍‌ ରକ୍ତ ସଂଗ୍ରହ

Aug 19, 2026 - 02:03
Yuva swabhiman Day: ପାଳିତ ହେଲା ‘ଯୁବ ସ୍ବାଭିମାନ ଦିବସ’: ୬୭ ଶିବିରରୁ ୫୮୬୧ ୟୁନିଟ୍‌ ରକ୍ତ ସଂଗ୍ରହ

ଭୁବନେଶ୍ବର: ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନକୁ ଆଜି ସାରା ରାଜ୍ୟରେ ‘ଯୁବ ସ୍ବାଭିମାନ ଦିବସ’ ଭାବେ ପାଳନ କରାଯାଇଛି। ଏହି ଅବସରରେ ୧୬ ତାରିଖରୁ ଆଜି ପର୍ଯ୍ୟନ୍ତ ତିନି ଦିନ ଧରି ସବୁ ଜିଲ୍ଲାରେ ରକ୍ତଦାନ ଶିବିରମାନ ଆୟୋଜିତ ହୋଇଥିଲା। ଏଥିପାଇଁ ଯୁବପିଢ଼ି ବିଶେଷ ଆଗ୍ରହ ଦେଖାଇଥିଲେ। ମୋଟ୍ ୬୭ ଶିବିରରୁ ୫୮୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଗତ ବର୍ଷ ଯୁବ ସ୍ବାଭିମାନ ଦିବସ ଅବସରରେ ୭୬ଟି ଶିବିରରୁ ୪୧୦୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। 

Neglect: ପାହାଡ଼ ତଳ ଗାଁରେ ପ୍ରଳୟ ପରିସ୍ଥିତି; ନିରାଶ୍ରୟ, ଅସହାୟ ଅବସ୍ଥାରେ ୩୧ ପରିବାର

ରକ୍ତଦାନ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଆବେଗ

‘ସମ୍ବାଦ’ର ୧୦ଟି ଜୋନ୍‌ରେ ‘ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ଏହି ଶିବିର ଆୟୋଜନ କରାଯାଇଥିଲା। ସମ୍ବଲପୁର ଜୋନ୍‌ରେ ୯ଟି ଶିବିରରୁ ସର୍ବାଧିକ ୨୭୩୩ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। କଟକ ଜୋନ୍‌ରେ ୧୧ଟି ଶିବିରରୁ ୧୦୧୦, ଯାଜପୁର ଜୋନ୍‌ରେ ୮ଟି ଶିବିରରୁ ୪୯୯, ଜୟପୁର ଜୋନ୍‌ରେ ୭ଟି ଶିବିରରୁ ୩୫୬, ବଲାଙ୍ଗୀର ଜୋନ୍‌ରେ ୯ଟି ଶିବିରରୁ ୨୯୬, ଭୁବନେଶ୍ବର ଜୋନ୍‌ରେ ୫ଟି ଶିବିରରୁ ୨୯୮, ବାଲେଶ୍ବର ଜୋନ୍‌ରେ ୭ଟି ଶିବିରରୁ ୨୩୪, ରାଉରକେଲା ଜୋନ୍‌ରେ ୪ଟି ଶିବିରରୁ ୧୮୬, ବ୍ରହ୍ମପୁର ଜୋନ୍‌ରେ ୫ଟି ଶିବିରରୁ ୧୨୫ ଏବଂ ଅନୁଗୋଳ ଜୋନ୍‌ରେ ୩ଟି ଶିବିରରୁ ୧୨୪ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। 

Income tax: ବିଦେଶକୁ ପାଣ୍ଠି ପଠାଉଥିବା ସଂସ୍ଥାରେ ଆୟକର ତଲାସୀ

ରାଜ୍ୟର ସମସ୍ତ ରକ୍ତଭଣ୍ଡାର ସାମିଲ ହୋଇ ରକ୍ତ ସଂଗ୍ରହ କରିଥିଲେ। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ସଦସ୍ୟମାନେ  ଶିବିର ପରିଚାଳନାରେ ସହଯୋଗ କରିଥିଲେ। ରକ୍ତଦାନ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସମସ୍ତ ରକ୍ତଦାତା, ସହଯୋଗୀ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।