Zomato: ଜୋମାଟୋରେ ଖାଦ୍ୟ ମଗାଇବା ମହଙ୍ଗା
"ନୂଆଦିଲ୍ଲୀ: ଜୋମାଟୋରୁ ଖାଇବା ମଗାଇବା ଆହୁରି ମହଙ୍ଗା ହୋଇଛି।
କମ୍ପାନି ପକ୍ଷରୁ "କ୍ୟାସ୍ ଅନ୍ ଡେଲିଭରି" ବିକଳ୍ପ ଆରମ୍ଭ କରାଯାଇଛି।
ଯେଉଁ ଗ୍ରାହକମାନେ ଏହି ବିକଳ୍ପ ଚୟନ କରିବେ ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ ଗ୍ରହଣ କରିବା ବେଳେ ୫ ଟଙ୍କା ଅଧିକ ଗଣିବାକୁ ପଡ଼ିବ। "ପେ ଅନ୍ ଡେଲିଭରି ଫି" ଭାବେ କମ୍ପାନି ଏହି ଶୁଳ୍କ ସଂଗ୍ରହ କରିବ।
ତେବେ କିଛି ଗ୍ରାହକଙ୍କ ଆପ୍ରେ ଏହି ଫି ୭ ଟଙ୍କାରୁ ୨୦ ଟଙ୍କା ପର୍ଯ୍ୟନ୍ତ ଦେଖାଉଛି।
ତେବେ ଯେଉଁ ଗ୍ରାହକମାନେ ୟୁପିଆଇ, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଂ କିମ୍ବା ଅନ୍ୟ ଯେକୌଣସି ଡିଜିଟାଲ ମାଧ୍ୟମ ବ୍ୟବହାର କରି ପେମେଣ୍ଟ କରିବେ ସେମାନଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ।
କମ୍ପାନି ଆରମ୍ଭ କରିଥିବା "ପେ ଅନ୍ ଡେଲିଭରି ଫି" ହେଉଛି ଏକ ସମ୍ପୂର୍ଣ୍ଣ ନୂଆ ଶୁଳ୍କ।
ପୂର୍ବରୁ କମ୍ପାନି ଗ୍ରହଣ କରୁଥିବା ପ୍ଲାଟଫର୍ମ ଫି, ରେସ୍ତୋରାଁ ପ୍ୟାକେଜିଂ ଫି, ଡେଲିଭରି ଚାର୍ଜ ଓ ଜିଏସ୍ଟି ସହ ଏହାର କୌଣସି ସମ୍ପର୍କ ନାହିଁ।
ତେବେ ଜୋମାଟୋର ପ୍ରତିଦ୍ବନ୍ଦ୍ବୀ କମ୍ପାନି ସ୍ବିଗି ତରଫରୁ ସେଭଳି କୌଣସି ଅତିରିକ୍ତ ଶୁଳ୍କ ଲଗାଯାଇନାହିଁ।Advertisment ହୋଟେଲରୁ ଏୟାର୍ ଇଣ୍ଡିଆ ପାଇଲଟଙ୍କ ମୃତଦେହ ଉଦ୍ଧାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।