ଅଭିଜିତ ଦିପକେଙ୍କୁ ଅଟକ ରଖିଲା ପୋଲିସ

Oct 16, 2026 - 18:11
ଅଭିଜିତ ଦିପକେଙ୍କୁ ଅଟକ ରଖିଲା ପୋଲିସ

ନୂଆଦିଲ୍ଲୀ,୧୬।୧୦: ଦିଲ୍ଲୀ ପୋଲିସ କକରୋଚ ଜନତା ପାର୍ଟି(CJP) ର ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କୁ ହେପାଜତକୁ ନେଇଛି। ତ୍ରିରଙ୍ଗା ଯାତ୍ରା’ ପାଇଁ ଘରୁ ବାହାରିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା।

ଏହା ପୂର୍ବରୁ, ଦିଲ୍ଲୀ ପୋଲିସର ଏକ ଦଳ ଦୀପକେଙ୍କୁ ନୋଟିସ ଦେଇ କନଟ ପ୍ଲେସ (Connaught Place) ଏବଂ ସେଣ୍ଟ୍ରାଲ ପାର୍କ ନିକଟରେ ’ତ୍ରିରଙ୍ଗା ଯାତ୍ରା’ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ କହିଛି, କନଟ ପ୍ଲେସରେ ଧାରା ୧୬୩ (Section 163) ଲାଗୁ ହୋଇଛି ଏବଂ ଏଭଳି ’ତ୍ରିରଙ୍ଗା ଯାତ୍ରା’ ଆୟୋଜନ କରିବାକୁ କୌଣସି ଅନୁମତି ଦିଆଯାଇ ନାହିଁ।

CJP ଆଜି କନଟ ପ୍ଲେସ ସ୍ଥିତ ସେଣ୍ଟ୍ରାଲ ପାର୍କରେ ଲେହରା ଦୋ ତ୍ରିରଙ୍ଗା’ ଶୋଭାଯାତ୍ରା କରିବାକୁ ଯୋଜନା କରିଥିଲା; କିନ୍ତୁ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳି ନଥିଲା। ହେଲେ ଅଭିଜିତ ଦୀପକେ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ଘରୁ ବାହାରିଥିଲେ, ପୋଲିସ ତାଙ୍କୁ ହେପାଜତକୁ ନେଇ ଏକ ଗାଡ଼ିରେ ବସାଇ ନେଇଥିଲା। ସେତିକିବେଳେ ଅଭିଜିତ୍‌ ଏବଂ ଜଣେ ପୋଲିସ ଅଧିକାରୀଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ଅନ୍ୟପକ୍ଷେ CJP ସମର୍ଥକମାନେ ପୋଲିସ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ତିରଙ୍ଗା ମାର୍ଚ୍ଚକୁ ଦୃଷ୍ଟିରେ ରଖି ଦିଲ୍ଲୀର କନ୍ନଟ ପ୍ଲେସ ସେଣ୍ଟ୍ରାଲ ପାର୍ଟ ଏବଂ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଣ୍ଟ୍ରାଲ ପାର୍ଟରେ ଧାରା ୧୬୩ ଲାଗୁ ଥିବାରୁ ସେଠାକୁ ନ ଯିବାକୁ ଦିଲ୍ଲୀ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି।

Dharitri – Odisha’s No.1 Odia Daily


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।