ଅଭିଜିତ ଦୀପକେଙ୍କ ଜେଜେ ମାଆଙ୍କ ପରଲୋକ
ଅଭିଜିତ ଦୀପକେଙ୍କ ଜେଜେ ମାଆଙ୍କ ପରଲୋକ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ଯନ୍ତରମନ୍ତରରେ ପ୍ରଦର୍ଶନ କରିବାକୁ ଯାଇ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ପୋଲିସ ଦ୍ବାରା ଅଟକ ଥିବା ବେଳେ ତାଙ୍କ ଘରୁ ଆସିଛି ଏକ ଦୁଃଖଦ ଖବର । ବାର୍ଦ୍ଧକ୍ୟ କାରଣରୁ ଅଭିଜିତଙ୍କ ଜେଜେମାଆଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ୮୫ ବର୍ଷ ବୟସରେ ଅଭିଜିତଙ୍କ ପୈତୃକ ଗାଁ ସନ୍ତୁକ ପିମ୍ପରି ସ୍ଥିତ ହିଙ୍ଗୋଲିରେ ପରଲୋକ ଘଟିଛି ।
ଦିଲ୍ଲୀର ଯନ୍ତରମନ୍ତରରେ ସିଜେପି ଆନ୍ଦୋଳନରେ ସାମିଲ ହେବାକୁ ଅଭିଜିତ ଶନିବାର ଇନ୍ଦିରା ଗାନ୍ଧି ଇଣ୍ଟନନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚି ଥିଲେ । ବିମାନ ଅବତରଣ କରିବା ପରେ ଦିଲ୍ଲୀ ପୋଲିସ ଭିତରେ ପଶି ଅଭିଜିତଙ୍କ ସମେତ ଅନ୍ୟ ସିଜେପି ସଦସ୍ୟଙ୍କୁ ଉଠାଇ ନେଇ ଅଟକ ରଖିଛି ।
ଅଟକ ବେଳର ଭିଡିଓ ଲାଇଭ କଲେ ଅଭିଜିତ
ଦିଲ୍ଲୀ ପୋଲିସ ଅଭିଜିତଙ୍କୁ ବିମାନ ମଧ୍ୟରୁ ଉଠାଇ ନେବା ବେଳେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏହାର ଭିଡିଓ ଲାଇଭ ଆରମ୍ଭ କରିଦେଇଥିଲେ । ଭିଡିଓରେ ଦେଖିବାକୁ ମିଳୁଛି ସିଜେପି ସଦସ୍ୟ ଅଭିଜିନ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କ ପୋଲିସ କର୍ମୀଙ୍କ ସହ ଯୁକ୍ତିତର୍କ ହେଉଛି । ବିମାନରୁ ଓହ୍ଲାଇବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିଲ ନାହିଁ ବୋଲି ଅଭିଜିତ ପୋଲିସ କର୍ମୀଙ୍କୁ ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି । ଏଥିରେ ସେ କହିଛନ୍ତି, ମୁଁ ଗିରଫଦାରୀକୁ ଡରୁନାହିଁ ।
ସେପଟେ ଜେଜେମାଆଙ୍କର ଅପରୋକ ପରେ ଅଭିଜିତଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।