ଅର୍ଦ୍ଧେନ୍ଦୁଙ୍କର ନୂଆ ଚଳଚ୍ଚିତ୍ର "ଗେମ୍ ଓଭର"ର ଟ୍ରେଲର ରିଲିଜ୍, ଓଡ଼ିଆ ସିନେ ଦର୍ଶକଙ୍କୁ ଦେବେ ଦଶହରା ଭେଟି

Oct 15, 2026 - 22:52
ଅର୍ଦ୍ଧେନ୍ଦୁଙ୍କର ନୂଆ ଚଳଚ୍ଚିତ୍ର "ଗେମ୍ ଓଭର"ର ଟ୍ରେଲର ରିଲିଜ୍, ଓଡ଼ିଆ ସିନେ ଦର୍ଶକଙ୍କୁ ଦେବେ ଦଶହରା ଭେଟି

ଅର୍ଦ୍ଧେନ୍ଦୁ ଙ୍କ ନୂଆ ଚଳଚ୍ଚିତ୍ର ଗେମ୍ ଓଭର ର ଟ୍ରେଲର ରିଲିଜ୍ ହୋଇଛି l ଏହି ଟ୍ରେଲର ରିଲିଜ୍ ଅବସରରେ ସମସ୍ତ କଳାକାର, ଟେକ୍ନିସିଆନ୍ସ, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ଙ୍କ ସମେତ ଅନେକ ନିମନ୍ତ୍ରିତ ଅତିଥି ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ l 

ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଆଦିକନ୍ଦ ସାହୁଙ୍କ ପ୍ରଯୋଜନାରେ ଯୁବ ନିର୍ଦ୍ଦେଶକ ରାଜା ଡି. ଙ୍କ ନିର୍ଦ୍ଦେଶନାରେ ଆସନ୍ତା ୧୮ ତାରିଖରେ ଦଶହରା ଅବସରରେ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଗେମ୍ ଓଭର" ମୁକ୍ତିଲାଭ କରିବ l କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ କୁନା ତ୍ରିପାଠୀ ରଚନା କରିଛନ୍ତି l ଦର୍ଶକଙ୍କୁ ପ୍ରତ୍ୟେକ ବର୍ଷ ଦଶହରାରେ ଅର୍ଦ୍ଧେନ୍ଦୁ କିଛି ନୂଆ ଅନୁଭୂତି ଦେବାକୁ ପ୍ରୟାସ କରନ୍ତି l ଯେପରି ଚ୍ୟାଲେଞ୍ଜରେ ପ୍ରଖ୍ୟାତ ବଲିଉଡ ଅଭିନେତା ପୁଣିତ୍ ଇଶାରଙ୍କୁ ଦର୍ଶକ ଦେଖିବାକୁ ପାଇଥିଲେ ଠିକ ସେହିପରି ଏଥର ଦଶହରା ନାୟିକା ଉର୍ବଶୀଙ୍କୁ ଦେଖିବାକୁ ପାଇବେ l ଉର୍ବଶୀ ଚୌହାନ ଦକ୍ଷିଣ ଭାରତର ଜଣେ ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶିକା, ଯିଏ ପୁଷ୍ପା ରେ ଆଲୁ ଅର୍ଜୁନଙ୍କୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ l ତା'ସହିତ ଅର୍ଦ୍ଧେନ୍ଦୁଙ୍କ ନାୟିକା ଭାବେ ଚୁଲବୁଲି ସୁପ୍ରିୟା ନାୟକ ନଜର ଆସିବେ l ଅର୍ଦ୍ଧେନ୍ଦୁ ଏବଂ ସୁପ୍ରିୟା ଯୋଡିକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକଙ୍କର ଆବେଗ ରହିଛି l ଫିଲ୍ମ ରିଲିଜ୍ ପୂର୍ବରୁ ମୁକ୍ତିଲାଭ କରିଥିବା ଯନ୍ତାଳ ଗୀତ କୁ ଦର୍ଶକ ଢେର ଭଲ ପାଇବା ଦେଉଛନ୍ତି l 
ଗେମ୍ ଓଭର ର ଅର୍ଦ୍ଧେନ୍ଦୁ - ସୁପ୍ରିୟା ଙ୍କ ନୂଆ ଯୋଡି ସହିତ ମୁଖ୍ୟ ଆକର୍ଷଣ ସାଜିଥିବା ଉର୍ବଶୀ ଚୌହାନଙ୍କ ବ୍ୟତୀତ ମହାଶ୍ଵେତା ରାୟ, କେକେ, କୁନା ତ୍ରିପାଠୀ, ସୁଶାନ୍ତ ଦାସ ମହାପାତ୍ର,  ଜୀବନ ପଣ୍ଡା, ତ୍ରିଭୁବନ ପଣ୍ଡା, ପୃଥ୍ଵୀରାଜ ନାୟକ, ଉଦିତ ଗୁରୁ, ପ୍ରୀତି ରଞ୍ଜନ ପ୍ରଧାନ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି l ପ୍ରଚାର ଦାୟିତ୍ୱରେ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ଅଛନ୍ତି l

ଚିତ୍ରତ୍ତୋଳନ କରିଛନ୍ତି ମନୋଜ କୁମାର ଖଟୁଆ ଏବଂ ସମ୍ପାଦନା କରିଛନ୍ତି ବିଶ୍ୱଜିତ ପଇତାଲ l ତେବେ ଦଶହରାରେ ଗେମ୍ ଓଭର ଚଳଚ୍ଚିତ୍ର ଜରିଆରେ ଅର୍ଦ୍ଧେନ୍ଦୁ ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିବେ ବୋଲି ସବୁଠି ଚର୍ଚ୍ଚା ହେଉଛି l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।