ଛାତ୍ର ନିର୍ବାଚନ ଦିନକ ପୂର୍ବରୁ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

Oct 14, 2026 - 16:28
ଛାତ୍ର ନିର୍ବାଚନ ଦିନକ ପୂର୍ବରୁ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

ସୁବର୍ଣ୍ଣପୁର  :  ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ। କଲେଜ୍ ଗେଟ୍ ଫାଟକରେ ଲାଗିଲା ପୋଷ୍ଟର । ଗତକାଲି ରାତିରେ ସୁବର୍ଣ୍ଣପୁର ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ଗେଟ୍‌ରେ ଏକ ଧଳା କପଡାରେ ଧମକପୂର୍ଣ୍ଣ ଲେଖା । ପ୍ରିନ୍ସପାଲ ଏକ ନିର୍ଦିଷ୍ଟ ଦଳକୁ ସମର୍ଥନ ଦେଉଥିବା ନେଇ ହତ୍ୟା ଧମକ ଦିଆଯାଇଛି  l କପଡାରେ ସ୍ପଷ୍ଟ ଭାବରେ ଲେଖା ଯାଇଛି ପ୍ରିନ୍ସପାଲ ଛାତ୍ରୀ ନିର୍ବାଚନରେ ଏକ ନିର୍ଦ୍ଧିଷ୍ଟ ଦଳକୁ ସମର୍ଥନ କରୁଛ  l ଏଣୁ ତୁମେ ଛାତ୍ର ସଂସଦ ନିର୍ବାଚନରୁ ଦୁରେଇ ରୁହ ନହେଲେ ତୁମକୁ ହତ୍ୟା କରାଯିବ  l ତେବେ କେଉଁ ଦଳକୁ ପ୍ରିନ୍ସପାଲ ସମର୍ଥନ କରୁଛନ୍ତି ଓ କିଏ ଏହି ପୋଷ୍ଟର ମାରିଛି ତାହା ଜଣାପଡିନାହିଁ l ଆଜି ସକାଳୁ ମହାବିଦ୍ୟାଳୟ କର୍ମଚାରୀ ଦେଖି ଡିଗ୍ରି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଖବରଦେଇଥିଲେ । ଅଧ୍ୟକ୍ଷ  ଧୀରେନ୍ଦ୍ର ନାୟକ ମହାବିଦ୍ୟାଳୟ ଗେଟରେ ଲଗା ହୋଇଥିବା ବ୍ୟାନର ଦେଖି ବିନିକା ପୁଲିସ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ । ମହାବିଦ୍ୟାଳୟରେ ପୁଲିସ ମୁତୟନ କରି ଅଧିକ ତଦନ୍ତ କରୁଥିବା ବିନିକା ଆଇଆଇସି ପ୍ରକାଶ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।