ଅଷ୍ଟ୍ରେଲିଆକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକାର ବଡ଼ ବିଜୟ
ଜିକ୍ୱେବେରା,୨୨ା୧୦: ଟେମ୍ବା ବଭୁମାଙ୍କ ମାରାଥନ ଶତକ ଓ ମାର୍କୋ ଜାନସେନଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଏକ ଇନିଂସ ଓ ୩୧ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ହୋଇଛି। ମ୍ୟାଚ୍ରେ ମାରାଥନ ଶତକୀୟ ଇନିଂସ ଖେଳିଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବଭୁମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ସିରିଜ୍ର ଅନ୍ତିମ ତଥା ତୃତୀୟ ଟେଷ୍ଟ ମ୍ୟାଚ୍ ୨୭ ତାରିଖରୁ କେପ ଟାଉନରେ ଖେଳାଯିବ।
ଇନିଂସରେ ଦ. ଆଫ୍ରିକା ୪୨୫/୯ରେ ପାଳି ଘୋଷଣା କରିଥିବା ବେଳେ ଅଷ୍ଟ୍ରେଲିଆ ୯୯ ରନରେ ଅଲଆଉଟ୍ ହୋଇ ଫଲୋଅନ୍ ବରଣ କରିଥିଲା। ଗୁରୁବାର ଅଷ୍ଟ୍ରେଲିଆ ତା’ର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୫୬/୪ରୁ ବ୍ୟାଟିଂ ଆରମ୍ଭ କରିଥିଲା। ମ୍ୟାଚ୍କୁ ଡ୍ର’ କରିବା ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ପାଇଁ ପୂର୍ବ ଦିନ ଅପରାଜିତ ଥିବା ଟ୍ରଭିସ ହେଡ୍ ୧୯୦ ବଲରେ ୧୨୧ ରନର ଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ତାଙ୍କ ସହିତ ସ୍କଟ ବୋଲାଣ୍ଡ (୪୦) ଓ ଆଲେକ୍ସ କାରେ (୩୭) ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଅନ୍ତିମ ସେସନ ପର୍ଯ୍ୟନ୍ତ ଦ. ଆଫ୍ରିକାକୁ ବିଜୟଠାରୁ ଦୂରେଇ ରଖିଥିଲେ। ହେଲେ ଅନ୍ତିମ ତଥା ତୃତୀୟ ସେସନରେ ଅଷ୍ଟ୍ରେଲିଆ ୨୯୫ ରନରେ ଅଲଆଉଟ୍ ହୋଇଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।