ଅସରପାର କ୍ଷୀର ଗାଈକ୍ଷୀରଠାରୁ ଅଧିକ ପୁଷ୍ଟିକର

Sep 07, 2026 - 16:06
ଅସରପାର କ୍ଷୀର ଗାଈକ୍ଷୀରଠାରୁ ଅଧିକ ପୁଷ୍ଟିକର

 

ବିଜ୍ଞାନ ଜଗତର ଅସାଧାରଣ ଓ ହାସ୍ୟରସାତ୍ମକ ଗବେଷଣାକୁ ସମ୍ମାନିତ କରୁଥିବା ପ୍ରସିଦ୍ଧ ଆଇଜି ନୋବେଲ ପୁରସ୍କାର୨୦୨୬ ସେରିମୋନି ପ୍ରଥମ ଥର ପାଇଁ ଆମେରିକା ବାହାରେ ସ୍ୱିଜରଲ୍ୟାଣ୍ଡର ଜ୍ୟୁରିଖ୍ଠାରେ ଅନୁଷ୍ଠିତ ହୋଇଯାଇଛି । ୧୯୯୧ରୁ 'ଆନାଲ୍ସ ଅଫ୍ ଇମ୍ପ୍ରୋବେବଲ୍ ରିସର୍ଚ୍ଚ' ସାଇନ୍ସ ମାଗାଜିନ ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ମଧ୍ୟରେ ଅସରପା କ୍ଷୀର ଉପରେ ହୋଇଥିବା ଏକ ଚାଞ୍ଚଲ୍ୟକର ଗବେଷଣା ସ୍ଥାନ ପାଇଛି । ଯେଉଁଥିରେ ଗାଈ କ୍ଷୀର ତୁଳନାରେ ପ୍ରାୟ ୩ ଗୁଣ ଅଧିକ ଶକ୍ତି ପ୍ରଦାନକାରୀ ପ୍ରୋଟିନ୍ ରହିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହା ବ୍ୟତୀତ ଅନେକ ଅଜବ ଗବେଷଣା ଏଥିରେ ସାମିଲ ହୋଇଥିଲା । ବ୍ରାଜିଲର ବୈଜ୍ଞାନିକ ଦଳ ୨୫ରୁ ଅଧିକ ଦେଶର ମାଟିରେ ୧,୦୦୦ ଯୋଡ଼ା ଅନ୍ତବସ୍ତ୍ର ପୋତି ମାଟିରେ ଥିବା ଜୀବମାନେ ଏହି କପଡ଼ାକୁ କେତେ ଶୀଘ୍ର ନଷ୍ଟ କରୁଛନ୍ତି ତାହା ପରୀକ୍ଷା କରିଛନ୍ତି । ସେହିଭଳି ଅକ୍ସଫୋର୍ଡ ୟୁନିଭରସିଟିର ମାଟିଲ୍ଡା ବ୍ରିଡଲ୍ ଓ ଷ୍ଟୁଆର୍ଟ ୱେଷ୍ଟ ବିଭିନ୍ନ ପ୍ରଜାତି ମଧ୍ୟରେ ଚୁମ୍ବନର ବିକାଶକୁ ନେଇ ମଧ୍ୟ ଗବେଷଣା କରିଛନ୍ତି । ଅନ୍ୟପଟେ ଜାପାନୀ ବୈଜ୍ଞାନିକ ଡକ୍ଟର ତୋକୁଜି ଉନ୍ନୋ ନାକ ସଫା କରିବାର ନିଆରା ଉପାୟ ଉପରେ ରିସର୍ଚ୍ଚ କରି ଏହି ଆୱାର୍ଡ ହାସଲ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।