ଅସୁରକ୍ଷିତ ହେଉଛି ପୃଥିବୀ
ମାନବ ସମାଜର ନିରାପଦ ଓ ସୁସ୍ଥ ଜୀବନଯାପନ ପାଇଁ ଉଦ୍ଦିଷ୍ଟ ପୃଥିବୀର ୯ଟି ସୁରକ୍ଷା ସୀମା ମଧ୍ୟରୁ ୭ଟି ସୀମାରେଖା ଅତିକ୍ରମ କରିସାରିଛି । 'ପୋଟ୍ସଡାମ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ କ୍ଲାଇମେଟ୍ ଇମ୍ପାକ୍ଟ ରିସର୍ଚ୍ଚ'ର ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରକାଶିତ '୨୦୨୬ ପ୍ଲାନେଟାରୀ ହେଲ୍ଥ ଚେକ୍' ରିପୋର୍ଟରୁ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଜଳବାୟୁ ପରିବର୍ତ୍ତନ, ଜୈବବିବିଧତା ହ୍ରାସ, ଜଙ୍ଗଲ କ୍ଷୟ, ମଧୁର ଜଳର ସଙ୍କଟ, ପ୍ରଦୂଷଣ, ପ୍ଲାଷ୍ଟିକ୍ ଓ କେମିକାଲ୍ ବ୍ୟବହାର ଏବଂ ସମୁଦ୍ରରେ ଅମ୍ଳ ବୃଦ୍ଧି ଭଳି ୭ଟି ବଡ଼ ନିୟମ ଅତିକ୍ରମ ହୋଇସାରିଛି । କେବଳ ବାୟୁମଣ୍ଡଳର ଓଜୋନ୍ ସ୍ତର ଏବଂ ବାୟୁ ପ୍ରଦୂଷଣ କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିଛି । ଅମାଜନ୍ ଜଙ୍ଗଲ, ନଦୀ, ହ୍ରଦ ଓ ସମୁଦ୍ର ଉପରେ କ୍ରମାଗତ ଚାପ ବଢ଼ୁଥିବାରୁ ଏହା ଆମର ଖାଦ୍ୟ, ପାଣି ଓ ପାଣିପାଗ ଉପରେ ଗମ୍ଭୀର ପ୍ରଭାବ ପକାଉଛି । ତେବେ ପରିବେଶ ପ୍ରଦୂଷଣ ଓ ଜଙ୍ଗଲ ନଷ୍ଟ ରୋକିବା ପାଇଁ ତୁରନ୍ତ କଠୋର ପଦକ୍ଷେପ ନେଲେ ପୃଥିବୀକୁ ପୁଣି ସୁରକ୍ଷିତ କରିହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।