ଆଇପିଏସ ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗୃହୀତ

Aug 27, 2026 - 17:02
ଆଇପିଏସ ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗୃହୀତ

ଭୁବନେଶ୍ୱର : ଭୁବନେଶ୍ୱରର ଡେପୁଟି ପୋଲିସ କମିଶନର (ଡିସିପି) ଜଗମୋହନ ମୀନାଙ୍କ ଇସ୍ତଫାପତ୍ରକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିଛନ୍ତି  ଓଡ଼ିଶା ସରକାର । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇ ଦେଇଛନ୍ତି ।୨୦୧୩ ବ୍ୟାଚ୍ ଓଡିଶା କ୍ୟାଡରର ଆଇପିଏସ୍ ଅଧିକାରୀ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ ୨୦୨୬ ଜୁଲାଇ ୬ ତାରିଖରେ ଓଡିଶା ସରକାରଙ୍କ ନିକଟରେ ତାଙ୍କ ଇସ୍ତଫାପତ୍ର ଦାଖଲ କରିଥିଲେ । ପୂର୍ବରୁ ଜଗମୋହନ ମୀନା ଅନୁଗୋଳ, ଗଞ୍ଜାମ ଏବଂ ମାଲକାନଗିରି ଭଳି ଜିଲ୍ଲାରେ ପୋଲିସ ଅଧିକ୍ଷକ ଏବଂ ୨୦୨୫ ଫେବ୍ରୁଆରୀ ୨୮ ତାରିଖରେ ସେ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟଭାର ଆରମ୍ଭ କରିବା ପୂର୍ବରୁ କଟକରେ ଡିସିପି ଭାବରେ କାର୍ଯ୍ୟ କରିଛନ୍ତି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।