ଆଉ ନାହାନ୍ତି ଖେଳ ଶିକ୍ଷକ ଲକ୍ଷ୍ମୀଧର, ହାଟଡିହୀରେ ଶୋକର ଛାୟା
ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ହାଇସ୍କୁଲର ପୂର୍ବତନ ଖେଳ ଶିକ୍ଷକ ଲକ୍ଷ୍ମୀଧର ପହିଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଏହି ଦୁଃଖଦ ବିୟୋଗ ଖବର ପ୍ରଚାରିତ ହେବା ପରେ ହାଟଡିହୀ ଅଞ୍ଚଳ ସମେତ ତାଙ୍କର ଅନେକ ପୂର୍ବତନ ଛାତ୍ରଛାତ୍ରୀ ଏବଂ ଶୁଭେଚ୍ଛୁଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି।
ଜଣେ ଆଦର୍ଶ ଖେଳ ଶିକ୍ଷକ ଭାବେ ଶିକ୍ଷା ଏବଂ କ୍ରୀଡ଼ା ଜଗତକୁ ସେ ଯେପରି ଅବଦାନ ଦେଇଥିଲେ, ତାହାକୁ ସମସ୍ତେ ସ୍ମରଣ କରିଛନ୍ତି। ତାଙ୍କର ବିୟୋଗକୁ ଅଞ୍ଚଳର ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଇଛି।
ତାଙ୍କର ପରଲୋକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଭାଜପା ନେତା ଆଲୋକ ସେଠୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲା ପରିଷଦ ବିମ୍ବାଧ
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।