ଆଖିରେ ଗଜା ହେଲା ମଞ୍ଜି

Oct 31, 2026 - 15:52
ଆଖିରେ ଗଜା ହେଲା ମଞ୍ଜି

 

ରୁଷର ସାବେରିଆ ଅଞ୍ଚଳରେ ରହୁଥିବା ୪୨ ବର୍ଷୀୟ ମାକ୍ସିମ୍ ସ୍ଲେପ୍‌ସୋଭ୍ ନାମକ ଜଣେ ବ୍ୟକ୍ତିଙ୍କ ଆଖି ଭିତରେ ଏକ ଗଛର ମଞ୍ଜି ଗଜା ହେବା ଭଳି ଏକ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ସେ ମାଛ ଧରିବାକୁ ଯାଇଥିବା ସମୟରେ ତାଙ୍କର ଆଖିରେ ଏକ ଗଛର ଡାଳ ମାଡ ହୋଇଥିଲା । ଦୁର୍ଘଟଣା ପରେ ଆଖିରେ କ୍ଷଣସ୍ଥାୟୀ ଯନ୍ତ୍ରଣା ଓ କାଠ ଖଣ୍ଡେ ବାହାରିଥିଲା । ହେଲେ ଅଜାଣତରେ ଆଖି ଭିତରେ ରହିଯାଇଥିବା ମଞ୍ଜିଟି ସମୟକ୍ରମେ ବଢ଼ିବାକୁ ଲାଗିଥିଲା, ଯାହା ତିନି ମାସ ପରେ ଗଜା ଆକାରରେ ବାହାରିଛି । ତେବେ ତାଙ୍କର ପ୍ରତିଦିନ ସକାଳେ ପ୍ରବଳ ମୁଣ୍ଡବିନ୍ଧା ଓ ଦୃଷ୍ଟିଶକ୍ତି କମିବା ସମସ୍ୟା ଦେଖାଦେଇଥିଲା । ଏହାପରେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ପରୀକ୍ଷା ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲେ ଯେ ପ୍ରାୟ ୩ ମିଲିମିଟର ଲମ୍ବ ଏକ ଚେର ସହିତ ଗୋଟିଏ ଅଙ୍କୁରିତ ମଞ୍ଜି ତାଙ୍କ ଆଖିର ଧଳା ଅଂଶକୁ ଘୋଡ଼ାଇ ରଖିଛି । ତେବେ ଏହାକୁ  ଡାକ୍ତର ଲୋକାଲ ଆନାସ୍ଥେସିଆ ପ୍ରୟୋଗ କରି ଏକ ଛୁଞ୍ଚି ସାହାଯ୍ୟରେ ସଫଳତାର ସହ ବାହାର କରିଥିଲେ। ଯାହାପରେ ବର୍ତ୍ତମାନ ବ୍ୟକ୍ତି ଜଣଙ୍କ ସୁସ୍ଥ ଅଛନ୍ତି । ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।