ଆଜି ଓଡ଼ିଶା ବନ୍ଦ
ଭୁବନେଶ୍ବର : ଆଜି ଓଡ଼ିଶା ବନ୍ଦ । ଇଣ୍ଡିଆ ବ୍ଲକ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । SIR, MMDR, ବହି ତ୍ରୁଟି ପରି ପ୍ରସଙ୍ଗରେ ସକାଳ ୬ ଟାରୁ ସନ୍ଧ୍ଯା ୬ ଟା ଯାଏ ବନ୍ଦ ହେବ । ଏହାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବାକୁ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛି ଇଣ୍ଡିଆ ବ୍ଲକ । ଜିଲ୍ଲା ଓ ବ୍ଲକ ସ୍ତରରେ ସମନ୍ୱୟ, ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ ଏବଂ ସମସ୍ତ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତିଙ୍କୁ ସାମିଲ କରିବା ପାଇଁ ଆହ୍ଵାନ ଦିଆଯାଇଛି । କଂଗ୍ରେସ, ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍ ଏଲ) ଲିବରେସନ, ଫରୱାର୍ଡ ବ୍ଲକ, ଏନସିପି, ସମାଜବାଦୀ ପାର୍ଟି, ଆରଜେଡି ଏବଂ ଜେଏମଏମ୍ ସମେତ ଇଣ୍ଡିଆ ବ୍ଲକର ଅଂଶୀଦାର ଦଳ ବନ୍ଦ ପାଳନରେ ସାମିଲ ହେବେ। ଆନ୍ଦୋଳନକୁ ବସ୍ ମାଲିକ ସଂଘ ସମର୍ଥନ କରିନଥିବା ବେଳେ ଅଟୋ ଟ୍ୟାକ୍ସି ସଂଘ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ସାଧାରଣ ପରିବହନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଦାଲତ, ବଜାର, ଦୋକାନ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି । ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ଔଷଧ ଦୋକାନ, ଦୁଧ ଯୋଗାଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାକୁ ବନ୍ଦର ପରିସରରୁ ବାଦ ଦିଆଯାଇଛି। …
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।