ଆଜି ମା’ ସମଲେଶ୍ୱରୀଙ୍କ ମହାଗୌରୀ ବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

Oct 18, 2026 - 08:15
ଆଜି ମା’ ସମଲେଶ୍ୱରୀଙ୍କ ମହାଗୌରୀ ବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ବରଗଡ଼,୧୮ା୧୦(ପ୍ରେମାନନ୍ଦ ଖମାରୀ): ଶାରଦୀୟ ନବରାତ୍ର ପୂଜା ଅବସରରେ ରବିବାର ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଧୂପ, ଦୀପ ପୁଷ୍ପ ଧରି ମନ୍ଦିରକୁ ଆସିଥିବାବେଳେ ଭକ୍ତମାନଙ୍କ ଦ୍ୱାରା ମାନସିକ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଛି । ସ୍ଥାନୀୟ ମା’ ଶ୍ୟାମାକାଳୀ ମନ୍ଦିର ସମେତ ଅନ୍ୟ ଶକ୍ତିପୀଠଗୁଡ଼ିକରେ ମଧ୍ୟ ନବରାତ୍ର ପୂଜା ଚାଲିଥିବାବେଳେ ଦେବୀଙ୍କୁ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ଭିଡ଼ ହୋଇଛି।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।