ଏଇ ଭାରତରେ
ଅସହାୟ ପିଲାଙ୍କ ସାହାରା ପାଲଟିଛନ୍ତି ମହାରାଷ୍ଟ୍ରର ଶଙ୍କରବାବା ପାପଲକର। ସେ ୨୫ ଏକର ପରିମିତ ଜାଗାରେ ୧୨୫ ଜଣ ଅସହାୟ ପିଲାଙ୍କ ସେବା ଯତ୍ନ ନେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରୁଛନ୍ତି। ପାପଲକର ୩୫ ବର୍ଷ ମଧ୍ୟରେ ଏଭଳି ଅନେକ ପିଲାଙ୍କ ଯତ୍ନ ନେଇଛନ୍ତି। ଏହି ପିଲାଙ୍କ ମଧ୍ୟରେ ରହିଛନ୍ତି ଅନେକ ଦିବ୍ୟାଙ୍ଗ ଓ ଅନାଥ ପିଲା। ୧୯୯୦ରେ ଅମରାବତୀର ଓ୍ବାଜ୍ଜରରେ ୪ ଜଣ ଦିବ୍ୟାଙ୍ଗ ଝିଅଙ୍କୁ ନେଇ ସେ ଏହି ଅନାଥ ଆଶ୍ରମ ଆରମ୍ଭ କରିଥିଲେ। ଏବେ ଏଠାରେ ୯୮ ପୁଅ ଓ ୨୫ ଝିଅ ମୋଟ ୧୨୩ ପିଲା ରହିଛନ୍ତି। ପିଲାଙ୍କୁ ୧୮ ବର୍ଷ ହେବା ପରେ ସେମାନଙ୍କୁ ସ୍ବାବଲମ୍ବୀ କରିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ପାପଲକର। ଏପରି କି ୧୨ ଜଣ ସରକାରୀ ଚାକିରି ପାଇପାରିଛନ୍ତି। ପାପଲକର ଏକ ମରାଠୀ ପତ୍ରିକା ପ୍ରକାଶ କରୁଥିବା ସମୟରେ ଜଣେ ଦିବ୍ୟାଙ୍ଗ ଝିଅକୁ ଦେହଜୀବୀ ହେବା ପାଇଁ ବାଧ୍ୟ କରାଯାଇ ନିର୍ଯାତନା ଦିଆଯିବା ଓ ତାଙ୍କର ମୃତ୍ୟୁ ହେବା ଖବର ଜାଣିବା ପରେ ଏଭଳି ଆଶ୍ରମ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ଆଶ୍ରମ ପରିସରରେ ପିଲାମାନେ ୧୫,୦୦୦ ଗଛ ଲଗାଇ ସୁନ୍ଦର ପରିବେଶ ସୃଷ୍ଟି କରିପାରିଛନ୍ତି। ଏହି କାର୍ଯ୍ୟ ପାଇଁ ପାପଲକରଙ୍କୁ ୨୦୨୪ରେ ପଦ୍ମଶ୍ରୀ ପ୍ରଦାନ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।