ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

Sep 21, 2026 - 12:09
ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା ନକ୍ଷତ୍ର ପରିବର୍ତ୍ତନ କଲେ ଏହାର ପ୍ରଭାବ ବିଭିନ୍ନ ରାଶିର ଜାତକଙ୍କ ଜୀବନରେ ପଡ଼ିଥାଏ। ଏହି କ୍ରମରେ ୨୧ ସେପ୍ଟେମ୍ବର ୨୦୨୬କୁ ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଜ୍ୟୋତିଷ ଗଣନାରେ କୁହାଯାଇଛି।

ପଞ୍ଚାଙ୍ଗ ଅନୁସାରେ, ସୋମବାର ରାତି ୧୦ଟା ୪୫ ମିନିଟ୍‌ରେ ବୁଧ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ । ଚିତ୍ରା ନକ୍ଷତ୍ରର ସ୍ୱାମୀ ମଙ୍ଗଳ। ଜ୍ୟୋତିଷରେ ବୁଧଙ୍କୁ ବୁଦ୍ଧି, ବାଣୀ ଓ ବ୍ୟବସାୟର କାରକ ଏବଂ ମଙ୍ଗଳଙ୍କୁ ସାହସ, ଶକ୍ତି ଓ ପରାକ୍ରମର ପ୍ରତୀକ ଭାବେ ବିବେଚନା କରାଯାଏ। ତେବେ ୧୨ଟି ରାଶି ଉପରେ ଏହାର ପ୍ରଭାବ ଭିନ୍ନ ହୋଇପାରେ ବୋଲି ଜ୍ୟୋତିଷ ଗଣନାରେ କୁହାଯାଇଛି। ବିଶେଷକରି ୪ଟି ରାଶି ପାଇଁ ଏହି ସମୟ ଅନୁକୂଳ ରହିପାରେ।

ବୃଷ- ବୃଷ ରାଶିର ଜାତକଙ୍କ ପାଇଁ ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଅନୁକୂଳ ରହିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି । ଦୀର୍ଘ ସମୟ ଧରି ଅଟକି ରହିଥିବା କାମରେ ଗତି ଆସିପାରେ। ଆର୍ଥିକ ସ୍ଥିତିରେ ସୁଧାର ସହ ଆୟର ନୂଆ ଉତ୍ସ ତିଆରି ହେବାର ସମ୍ଭାବନା ଥିବା କୁହାଯାଇଛି । କର୍ମକ୍ଷେତ୍ରରେ ମଧ୍ୟ କାମକୁ ପ୍ରଶଂସା ମିଳିପାରେ।

ମିଥୁନ- ମିଥୁନ ରାଶିର ସ୍ୱାମୀ ବୁଧ ହୋଇଥିବାରୁ ଏହି ରାଶି ପାଇଁ ଏହି ପରିବର୍ତ୍ତନକୁ ବିଶେଷ ଭାବେ ଦେଖାଯାଉଛି । ଜ୍ୟୋତିଷୀୟ ଆକଳନ ଅନୁସାରେ, ଚିନ୍ତା ଓ ବୁଝିବା କ୍ଷମତାରେ ସୁଧାର ଆସିପାରେ । ଚାକିରି କରୁଥିବା ଲୋକଙ୍କୁ ନୂଆ ଦାୟିତ୍ୱ କିମ୍ବା ପଦୋନ୍ନତିର ସୁଯୋଗ ମିଳିପାରେ। ବ୍ୟବସାୟୀଙ୍କ ପାଇଁ ମଧ୍ୟ ଆର୍ଥିକ ଲାଭର ସମ୍ଭାବନା ଥିବା କୁହାଯାଇଛି।

କନ୍ୟା-ଏହି ରାଶି ପାଇଁ ମଧ୍ୟ ଏହି ସମୟ ଅନୁକୂଳ ରହିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି । ବାଣୀରେ ମଧୁରତା ଆସିବା ସହ ନିଜ କଥା ଅନ୍ୟମାନଙ୍କ ନିକଟରେ ପ୍ରଭାବଶାଳୀ ଭାବେ ରଖିପାରିବେ ବୋଲି କୁହାଯାଇଛି। ନିବେଶ ସମ୍ପର୍କିତ କାର୍ଯ୍ୟରେ ଲାଭର ସମ୍ଭାବନା ଥିବା ବେଳେ ପରିବାରରେ ଖୁସିର ପରିବେଶ ରହିପାରେ।

ମକର- ମକର ରାଶିର ଜାତକଙ୍କ ପାଇଁ କ୍ୟାରିୟର ଓ ବ୍ୟବସାୟ କ୍ଷେତ୍ରରେ ନୂଆ ସୁଯୋଗ ଆସିପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଇଛି। ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ ହୋଇପାରେ। ପୁରୁଣା ସମସ୍ୟାର ସମାଧାନ ମିଳିବା ସହ ସାମାଜିକ ସମ୍ମାନ ବଢ଼ିପାରେ ବୋଲି ମଧ୍ୟ କୁହାଯାଇଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।