ଆଜିଠାରୁ ବିଜେପି ର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ

Sep 05, 2026 - 12:01
ଆଜିଠାରୁ ବିଜେପି ର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ । କଟକ ଜବାହାରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଦୁଇଦିନ ଧରି ହେବାକୁ  ଥିବା ଏହି ବୈଠକରେ ପ୍ରାୟ ୪ଶହ ପ୍ରତିନିଧି ଯୋଗଦେବେ । ବୈଠକରେ ରାଷ୍ଟ୍ରୀୟ ମହାମନ୍ତ୍ରୀ  ବି.ଏଲ୍‌ ସନ୍ତୋଷ ସାମିଲ ହେବେ । 

ସେହିପରି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ,  ଓ କେଭି ସିଂଦେଓ, ସମସ୍ତ ମନ୍ତ୍ରୀ, ଦଳୀୟ ବିଧାୟକମାନେ ଉପସ୍ଥିତ ରହିବେ ।  କର୍ମ କର୍ତ୍ତାଙ୍କୁ ନେଇ ୨ ଦିନ ଧରି ଚାଲିବ ମାନସ ମନ୍ଥନ । ଆଗାମୀ ଦିନରେ ରାଜ୍ୟରେ ବିଜେପିର ପରବର୍ତ୍ତୀ ରଣନୀତି ନେଇ ବିସ୍ତୃତ ଭାବେ ଆଲୋଚନା ହେବ ।

ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତବର୍ଷ ଏହି ବୈଠକ ପୁରୀରେ  ଆୟୋଜିତ ହୋଇଥିଲା । ଉପକୂଳ ଅଞ୍ଚଳରେ  ସଂଗଠନ ମଜଭୁତ କରିବା ପାଇଁ ପୁରୀ ପରେ  ଏବେ ଦଳ କଟକରେ କାର୍ଯ୍ୟକାରିଣୀ ବୈଠକ  ଆୟୋଜନ କରୁଥିବା କୁହାଯାଉଛି ।
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।