ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍
ଭୁବନେଶ୍ୱର,୨୨।୯(ସୁନିତ୍ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ଗୃହ କାର୍ଯ୍ୟ ୧୦ଟା ୩୦ ମିନିଟ୍ରେ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମେ ଦିବଂଗତ ନେତାମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ। ଏହାପରେ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ମୁଲତବୀ ରଖାଯିବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡିଛି। ମଙ୍ଗଳବାରଠାରୁ ଆସନ୍ତା ୨୪ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ ଦିବସ ରହିଥିବା ବେଳେ ୨୫ ତାରିଖ ଶୁକ୍ରବାର ବେସରକାରୀ କାର୍ଯ୍ୟ ଅର୍ଥାତ୍ ବିଲ୍ ଓ ପ୍ରସ୍ତାବ ଉପରେ ଆଲୋଚନା ହେବ। ୨୬ ଏବଂ ୨୭ ତାରିଖରେ ସରକାରୀ ଛୁଟି ରହିଛି। ଆସନ୍ତା ୨୮ରୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟଦିବସ ରହିଥିବାବେଳେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଅକ୍ଟୋବର ୨ ଛୁଟି ରହିଛି। ଅକ୍ଟୋବର ୩ ବିଧାନସଭାର ଶେଷଦିନ ରହିଥିବା ଜଣାପଡିଛି। ଏହି ଅଧିବେଶନ ସମୟରେ ସରକାର ୬ଟି ବିଲ୍ ଗୃହରେ ଆଗତ କରିପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି। ଅନ୍ୟପଟେ ବିଧାନସଭାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଲାଗି ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଶାସକ ଦଳ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିରୋଧୀଙ୍କୁ କିପରି ମୁକାବିଲା କରାଯିବ ସେନେଇ ଶାସକ ଦଳ ପକ୍ଷରୁ
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।