ଆଜିଠୁ ଶସ୍ତା ହେଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ନୂଆ ଦର!
ନୂଆଦିଲ୍ଲୀ,୧।୭: ମହଙ୍ଗା ମାଡ଼ ମଧ୍ୟରେ ଏବେ ଏଲପିଜି (LPG) ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହିତ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ ମଧ୍ୟ ଶସ୍ତା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ୫ କିଲୋଗ୍ରାମ ବିଶିଷ୍ଟ ଫ୍ରି ଟ୍ରେଡ୍ ଏଲପିଜି ସିଲିଣ୍ଡର (FTL) ମୂଲ୍ୟରେ ହ୍ରାସ କରିଛନ୍ତି। ଆଜିଠାରୁ ଏହାର ଦାମ୍ ୧୩ ଟଙ୍କା କମିଯାଇଛି। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୫ କିଲୋର ଏହି ସିଲିଣ୍ଡର ଏବେ ୮୦୮.୫୦ ଟଙ୍କାରେ ମିଳିବ। ଏହି ଗୋଟିଏ ନିଷ୍ପତ୍ତି ଦ୍ୱାରା ଛୋଟ ପରିବାର, ଭଡ଼ାରେ ରହୁଥିବା ଲୋକ ଏବଂ ଛୋଟ ଦୋକାନୀମାନଙ୍କୁ ବହୁତ ବଡ଼ ଆଶ୍ୱସ୍ତି ମିଳିବ।
FTL ଅର୍ଥାତ୍ ଫ୍ରି ଟ୍ରେଡ୍ ଏଲପିଜି (Free Trade LPG) ସିଲିଣ୍ଡର ହେଉଛି ଏଭଳି ଏକ ସିଲିଣ୍ଡର, ଯାହାର ମୂଲ୍ୟ ବଜାର ଅନୁଯାୟୀ ସ୍ଥିର କରାଯାଏ। ଏଥିରେ ସରକାରଙ୍କ ପକ୍ଷରୁ କୌଣସି ସବସିଡି (ରିହାତି) ମିଳେନାହିଁ। ୫ କିଲୋଗ୍ରାମର ଏହି ଛୋଟ ସିଲିଣ୍ଡରକୁ ସାଧାରଣତଃ ଛୋଟ ପରିବାର, ଛାତ୍ରଛାତ୍ରୀ, ପିଜି (PG) ରେ ରହୁଥିବା ଲୋକ, ଛୋଟ ଦୋକାନୀ ଏବଂ ଠେଲାବାଲା ବ୍ୟବହାର କରିଥାନ୍ତି।
ସହର ଅନୁଯାୟୀ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ର ନୂଆ ଦର:
-
ଦିଲ୍ଲୀ: ₹୮୦୮.୫୦
-
ମୁମ୍ବାଇ: ₹୭୮୦
-
କୋଲକାତା: ₹୮୪୦
ସମ୍ପ୍ରତି ଆନ୍ତର୍ଜାତୀୟ ବଜାରରେ ଏଲପିଜି ଏବଂ ଅଶୋଧିତ ତୈଳ (Crude Oil) ମୂଲ୍ୟରେ ସାମାନ୍ୟ ନରମ ଦେଖିବାକୁ ମିଳିଛି। ଏହାପରେ ତେଲ କମ୍ପାନୀଗୁଡ଼ିକ ଛୋଟ ସିଲିଣ୍ଡରର ଦାମ୍ କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯଦିଓ ଘରୋଇ ବ୍ୟବହାର୍ଯ୍ୟ ୧୪.୨ କିଲୋ ସିଲିଣ୍ଡର ମୂଲ୍ୟରେ କୌଣସି ପରିବାର୍ତ୍ତନ ହୋଇନାହିଁ, କିନ୍ତୁ ୧୯ କିଲୋ ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ୧୩.୫୦ ଟଙ୍କା ଶସ୍ତା ହୋଇଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।