ମୁହଁ ଉପରେ ହିଁ ଶୁଣାଇ ଦିଅନ୍ତି ଏହି ୩ ରାଶି; ହେଲେ ପଛରେ ଖେଳନ୍ତି ଭୟଙ୍କର ଗେମ୍
‘ମୁହଁରେ ରାମ, କାଖରେ ଛୁରୀ’ ଏହା କୌଣସି ନୂଆ ଢଗ ନୁହେଁ, ଏହାକୁ ଆମେ ସମସ୍ତେ ବହୁବାର ଶୁଣିଥିବା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ରାଶି ଅଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ଓଲଟା ଚଳନ୍ତି। ଏମାନେ ଆମ ମୁହଁ ସାମ୍ନାରେ ମିଠା କଥା କୁହନ୍ତି ନାହିଁ, ବରଂ ଏମିତି ‘ପିତା ସତ’ କହିଦିଅନ୍ତି ଯେ ଆଖିପିଛୁଳାକେ ସମସ୍ତଙ୍କ ନଜରରେ ସେମାନେ ‘ଭିଲେନ’ ପାଲଟି ଯାଆନ୍ତି। ତେବେ କାହାଣୀ ଏତିକିରେ ଶେଷ ହୁଏ ନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ଆପଣ ଭାବନ୍ତି ଯେ ଆପଣ ଏମାନଙ୍କୁ ବୁଝିଗଲେ, ଠିକ ସେତେବେଳେ ଆରମ୍ଭ ହୁଏ ଏମାନଙ୍କର ପ୍ରକୃତ ଖେଳ। ଏହି ୩ଟି ରାଶି ଆଗରୁ ଯେତେ ସ୍ପଷ୍ଟବାଦୀ ଦେଖାଯାଆନ୍ତି, ପଛରୁ ସେତିକି ଗଭୀର ଚାଲ ଖେଳନ୍ତି। ଆସନ୍ତୁ ଜାଣିବା, ଏହି ରାଶିଗୁଡ଼ିକ କେଉଁମାନେ?
ମିଥୁନ ରାଶି:
ମିଥୁନ ରାଶିର ଲୋକମାନେ ବହୁତ କଥାକୁହା ଏବଂ ମିଳାମିଶା ପ୍ରକୃତିର ହୋଇଥାନ୍ତି। ଏମାନେ ବିନା ଭାବିଚିନ୍ତି ଏପରି କଠୋର ସତ କଥା କହିଦିଅନ୍ତି, ଯାହା ଦ୍ୱାରା ସାମ୍ନା ଲୋକଟି ଆହତ ହୋଇଯାଏ। ଏହି ରାଶିର ଅଧିପତି ହେଉଛନ୍ତି ବୁଧ, ଯିଏକି ବୁଦ୍ଧି ଓ ଚତୁରତାର କାରକ ତଥା ସୱାମୀ ଗ୍ରହ। ଯେତେବେଳେ ଏମାନଙ୍କୁ ନିଜ କଥା ମନାଇବାକୁ ଥାଏ, ସେତେବେଳେ ଏମାନେ ନିଜର ଚମତ୍କାର କଥାବାର୍ତ୍ତା ଶୈଳୀର ବ୍ୟବହାର କରନ୍ତି। ପଛରେ ରହି ଏପରି ଯୋଜନା ପ୍ରସ୍ତୁତ କରନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ଏମାନଙ୍କ ନିଷ୍ପତ୍ତିକୁ ମାନିବାକୁ ବାଧ୍ୟ ହୋଇଯାଆନ୍ତି। ଏହି ଲୋକମାନେ ସାମ୍ନାରେ ସତ କହି ଭଲେ ଭିଲେନ ବନିଯାଆନ୍ତୁ, କିନ୍ତୁ ପଛରୁ ପୂରା ଖେଳ ଓଲଟାଇ ଦିଅନ୍ତି।
ବିଛା ରାଶି:
ବିଛା ରାଶିର ଲୋକମାନେ ନିଜର ସ୍ପଷ୍ଟବାଦିତା ଏବଂ ରହସ୍ୟମୟ ସୱଭାବ ପାଇଁ ଜଣାଶୁଣା। ଏମାନଙ୍କୁ ଲୋକଦେଖାଣିଆ ଭଲ ଲାଗେ ନାହିଁ। ଯଦି ଏମାନଙ୍କୁ କୌଣସି କଥା ଖରାପ ଲାଗେ, ତେବେ ବିନା କୌଣସି ଭୟରେ ସାମ୍ନା ଲୋକଙ୍କ ମୁହଁ ଉପରେ କହିଦିଅନ୍ତି। ଏହି କାରଣରୁ ଲୋକମାନେ ଏମାନଙ୍କୁ କଠୋର ଭାବନ୍ତି ଏବଂ ଭିଲେନ ଆଖ୍ୟା ଦିଅନ୍ତି। କିନ୍ତୁ ଏମାନେ ନିଜର ପରବର୍ତ୍ତୀ ଚାଲ କାହାକୁ କେବେ ଜଣାନ୍ତି ନାହିଁ। ଚୁପଚାପ ବସି ପୂରା ପରିସ୍ଥିତିର ବିଶ୍ଳେଷଣ କରନ୍ତି ଏବଂ ସଠିକ ସମୟ ଆସିଲେ ନିଜର ଗୁପ୍ତ ଯୋଜନା ବଳରେ ପାସା ଓଲଟାଇ ଦିଅନ୍ତି। ଏହି ଲୋକମାନେ ଆଗରୁ ଭଲେ ଭିଲେନ ଦିଶନ୍ତୁ, କିନ୍ତୁ ପଛରୁ ପୂରା ଖେଳକୁ ନିଜ ନିୟନ୍ତ୍ରଣରେ ରଖନ୍ତି।
କୁମ୍ଭ ରାଶି:
କୁମ୍ଭ ରାଶିର ଲୋକମାନେ ପ୍ରାୟତଃ ହୃଦୟ ବଦଳରେ ମୁଣ୍ଡ ଖଟାଇ ନିଷ୍ପତ୍ତି ନିଅନ୍ତି। ଏମାନେ ସୱଭାବରୁ ବେଶ ବ୍ୟବହାରିକ ହୋଇଥାନ୍ତି। କାହାକୁ ସାନ୍ତ୍ୱନା ଦେବା ପାଇଁ ଏମାନେ ମିଛ କୁହନ୍ତି ନାହିଁ, ବରଂ ଯାହା ସତ ତାହା ସିଧାସଳଖ କହିଦିଅନ୍ତି। ଏହି କାରଣରୁ ଲୋକମାନେ ଏମାନଙ୍କୁ ‘ର୍ନିଦ୍ଦୟୀ ଏବଂ ଭିଲେନ’ ଭାବିନିଅନ୍ତି। କିନ୍ତୁ ଏହି ଲୋକମାନେ ବହୁତ ଦୂରର କଥା ଚିନ୍ତା କରନ୍ତି। ଯେତେବେଳେ କେହି ଏମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରେ, ସେତେବେଳେ ଏମାନେ ସାମ୍ନାସାମ୍ନି ଲଢ଼ିବା ବଦଳରେ ପଛରେ ରହି ନିଜର ବୌଦ୍ଧିକ କ୍ଷମତା ଦ୍ୱାରା ଏପରି ଜାଲ ବୁଣନ୍ତି ଯେ ବିରୋଧୀ ନିଜେ ହିଁ ସେଥିରେ ଫସିଯାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।