ଏସିଆନ୍ ଗେମ୍‌ସ: ଗୁରୁବାର ମିଳିଲା ୫ ପଦକ

Sep 25, 2026 - 05:41

ସମାଜ ଡେସ୍କ: ୨୦୨୬ ଏସିଆନ୍ ଗେମ୍‌ସରେ ଗୁରୁବାର ସଫଳତମ ଦିନ ସାବ୍ୟସ୍ତ ହୋଇଛି । ଭାରତ ଖାତାରେ ଯୋଡ଼ି ହୋଇଛି ୫ ପଦକ । ୨ଟି ପଦକ ଆଥଲେଟିକରୁ ଆସିଥିବା ବେଳେ ସୁଟିଂ, ରୋଇଂ ଏବଂ ଉସୁରୁ ଗୋଟିଏ ଲେଖାଏ ପଦକ ମିଳିଛି । ଫଳରେ ଗୋଟିଏ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୯ ବ୍ରୋଞ୍ଜ ପଦକ ସହ ଭାରତର ପଦକ ତାଲିକା ୧୭ରେ ପହଞ୍ଚିଛି । ଏନ୍‌. ରୋସିବିନା ଦେବୀ ୬୦ କେଜି ବର୍ଗରେ ଉସୁରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ୪ ଗୁଣନ ୪୦୦ ମିଟର ଦୌଡରେ ସୀମା କାଂସ୍ୟ ପଦକ ହାସଲ କରିଛନ୍ତି । ସନାତନ ସିଂହ ଏବଂ ସଲମାନ ଖାନ୍ ସ୍କୁଲ ଇଭେଂଟରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି । ସେହିପରି ସ୍କେଟ ସୁଟିଂ ମିକ୍ସଡ ଇଭେଣ୍ଟରେ ଅନନ୍ତଜିତ ସିଂ ନରୁକା ଏବଂ ପରିନଜ ଦିଲୱାଲିଆ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତେବେ ଅନ୍ୟ କେତେକ ଇଭେଣ୍ଟରେ ଆଜି ଭାରତକୁ ନିରାଶାର ସମ୍ମୁଖୀନ ହେବାକୁ ପଡିଛି । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଂଟରେ କମଲଜିତ, କେ.ବାଲକ୍ରିିଷ୍ଣା ଏବଂ ଆକାଶ ଭରଦ୍ୱାଜ ୪ର୍ଥ ସ୍ଥାନ ହାସଲ କରି ପଦକରୁ ବଞ୍ଚିତ ହୋଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।