ଆମେରିକା ଓ ପାକିସ୍ତାନରୁ ଅର୍ଥ ଆସୁଛି ! ସିଜେପି ଉପରେ କେନ୍ଦ୍ରର ସଙ୍ଗୀନ ଅଭିଯୋଗ
ନୂଆଦିଲ୍ଲୀ : ଦେଶରେ ଅଶାନ୍ତି ସୃଷ୍ଟି କରିବା ପାଇଁ କକ୍ରୋଚ୍ ଜନତା ପାର୍ଟି (ସିଜେପି)କୁ ବିଦେଶୀ ସଂଗଠନ ଓ ପାକିସ୍ତାନ ରୁ ଅର୍ଥ ଯୋଗାଇ ଦିଆଯାଉଥିବା କେନ୍ଦ୍ର ସରକାର ଅଭିଯୋଗ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଅଭିଯୋଗ ଆଣିବା ସହ ସଂଗଠନର ପ୍ରତିଷ୍ଠାତା ଅଭିଜିତ ଦୀପକେ ଓ ସହପ୍ରତିଷ୍ଠାତା ଆଶୁତୋଷ ରାଙ୍କାଙ୍କ ନାମ ନେଇଛନ୍ତି ।
ତେବେ ସିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି।
ଅନ୍ୟପକ୍ଷରେ ଅଭିଯୋଗର ପ୍ରମାଣ ଦେବାକୁ କଂଗ୍ରେସ ନେତା ଦାବି କରିଛନ୍ତି ।
Advertisment ବେଙ୍ଗାଲୁରୁରେ ସାମ୍ବାଦିକମାନଙ୍କୁ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ସିଜେପିକୁ ଦେଶ ଭିତରେ ଓ ବାହାରେ ଥିବା ଅନଧିକୃତ ଉତ୍ସ, ଭାରତ ବିରୋଧୀ ଅନୁଷ୍ଠାନ ଏବଂ ବିଦେଶୀ ଅର୍ଥରେ ପରିଚାଳିତ ବେସରକାରୀ ସଂଗଠନଗୁଡ଼ିକରୁ ପାଣ୍ଠି ମିଳୁଛି ।
ଏହାର ଯଥେଷ୍ଟ ପ୍ରମାଣ ଥିବା ସେ ଦାବି କରିଛନ୍ତି ।
ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆମେରିକାର କିଛି ଦାତାଙ୍କଠାରୁ ଅର୍ଥ ପାଉଥିବା ବେଳେ ଆଶୁତୋଷ ରାଙ୍କାଙ୍କୁ ପାକିସ୍ତାନୀ ରାଜନେତାମାନେ ଅର୍ଥ ଦେଉଥିବା ସେ ଅଭିଯୋଗ କରିଛନ୍ତି ।
Job: ଚାକିରି ପାଇଁ ଆସିଲା ବଡ଼ ସୁଯୋଗ; ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ବିଦେଶୀ ଅର୍ଥରେ ପରିଚାଳିତ ଏନ୍ଜିଓ, ଗୁପ୍ତ ବାହ୍ୟ ଶକ୍ତି ଓ ଭାରତ ବିରୋଧୀ ସଂଗଠନଗୁଡ଼ିକ ମିଳିତ ଭାବେ ଦେଶରେ ଏକ ଭୁଲ୍ ଧାରଣା ସୃଷ୍ଟି କରୁଛନ୍ତି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।
ଗତ ଏକ ମାସ ଧରି ସିଜେପିର କାର୍ଯ୍ୟକଳାପ ଦେଶରେ ବିଦ୍ରୋହ ଓ ଅରାଜକତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚାଲିଥିବା ସେ ଅଭିଯୋଗ କରିଛନ୍ତି ।
ତେବେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗକୁ ସିଜେପି ଖଣ୍ଡନ କରିଛି ।
ଗୁରୁବାର ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଏକ ବିବୃତି ଜାରି କରି ସଂଗଠନ କହିଛି ଯେ ଜଣେ କେନ୍ଦ୍ରମନ୍ତ୍ରୀ ଯେକୌଣସି କଥା କହିଦେଇ ଦାୟିତ୍ୱରୁ ଖସିଯାଇପାରୁଛନ୍ତି ।
ଉଚ୍ଚ ପଦପଦବିରେ ଥିବା ବ୍ୟକ୍ତିଙ୍କ କଥାର ମୂଲ୍ୟ କ୍ରମଶଃ ହ୍ରାସ ପାଉଥିବା ଏହାର ପ୍ରମାଣ ବୋଲି ସଂଗଠନ କହିଛି ।
ବିଜେପି ମୁଖପାତ୍ର ତୁହିନ ଏ ସିହ୍ନା ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ପାର୍ବଣ ଋତୁରେ ଜାତୀୟ ରାଜଧାନୀରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ବିକ୍ଷୋଭ କରାଯାଇଛି ।
ଗତ ଏକ ମାସ ମଧ୍ୟରେ ସିଜେପିର କୌଶଳ ଅରାଜକତା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଥିଲା ।
ଏଥିରେ ମନ୍ଦ ଉଦ୍ଦେଶ୍ୟ ଥିଲା ବୋଲି ସିହ୍ନା କହିଛନ୍ତି ।
ସିଜେପିକୁ କଂଗ୍ରେସ ଦଳ ସହ ତୁଳନା କରି ବିଜେପି ମୁଖପାତ୍ର ଉଭୟ ସଂଗଠନ ଏକ ସମୟରେ ନ୍ୟାୟପାଳିକାକୁ ଟାର୍ଗେଟ୍ କରୁଥିବା ଅଭିଯୋଗ କରିଛନ୍ତି ।
ଏହି ପ୍ରସଙ୍ଗରେ କର୍ଣ୍ଣାଟକର ଗୃହମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ବିଜେପିକୁ ଘେରିଛନ୍ତି ।
କଂଗ୍ରେସକୁ ବିଦେଶୀ ସଂସ୍ଥାରୁ ଅର୍ଥ ମିଳୁଥିବା ଅଭିଯୋଗର ପ୍ରମାଣ ଦେବାକୁ ସେ କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ।
ଏଥିସହ ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍.
ଜୟଶଙ୍କର ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଏଭଳି ଅଭିଯୋଗ କେଉଁ ଆଧାରରେ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସିଜେପିର ବିଦେଶୀ ପାଣ୍ଠି ସମ୍ପର୍କିତ ଅଭିଯୋଗ ଏବେ ରାଜନୈତିକ ବିବାଦକୁ ଆହୁରି ତୀବ୍ର କରିଛି ।
ତେବେ ମନ୍ତ୍ରୀ ଏହି ଅଭିଯୋଗର ପ୍ରମାଣ ସାର୍ବଜନୀନ କରିନାହାନ୍ତି ଏବଂ ଏହାର ସ୍ୱତନ୍ତ୍ର ତଦନ୍ତର ଫଳାଫଳ ମଧ୍ୟ ସାମ୍ନାକୁ ଆସିନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।