ଆମେରିକୀୟ ସଂସଦରେ ଭାରତୀୟଙ୍କ ଦବ୍ଦବା; ବାଜିମାତ୍ କଲେ ପିୟା ଡାଣ୍ଡିଆ, ଆମେରିକାରେ ହଲଚଲ
ଓ଼୍ବାଶିଂଟନ,୪।୧୧: ଆମେରିକାରେ ମିଡଟର୍ମ ନିର୍ୱାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଏହି ର୍ନିବାଚନର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବାର ଦେଖିବାକୁ ମିଳିବ। ଗଣତି ଚାଲିଛି ଏବଂ ଶୀଘ୍ର ଏହାର ଫଳାଫଳ ଆସିବାକୁ ଲାଗିବ। ଆମେରିକୀୟ ମିଡଟର୍ମ ନିର୍ୱାଚନରେ ଭାରତବଂଶୀମାନେ ନିଜର ଉପସ୍ଥିତି ଦର୍ଶାଇଛନ୍ତି। ଆସନ୍ତୁ ଆପଣଙ୍କୁ ସେହି ଭାରତବଂଶୀ ଲୋକଙ୍କ ବିଷୟରେ ଜଣାଇବା, ଯେଉଁମାନେ ବିଜୟ ହାସଲ କରିଛନ୍ତି ଏବଂ ଯେଉଁମାନେ ପରାାଜୟର ସମ୍ମୁଖୀନ ହେଉଛନ୍ତି।
ରୋ ଖନ୍ନା, ଅମି ବେରା, ପ୍ରମିଳା ଜୟପାଲ ଏବଂ ସୁହାସ ସୁବ୍ରମଣ୍ୟମ ସେହି ଭାରତୀୟ-ଆମେରିକୀୟ ସାଂସଦମାନଙ୍କ ମଧ୍ୟରେ ଅଛନ୍ତି, ଯେଉଁମାନେ ଆମେରିକୀୟ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍ସରେ ପୁନର୍ୱାର ର୍ନିବାଚିତ ହେବାକୁ ଚେଷ୍ଟା କରୁଛନ୍ତି। ଏହା ସହିତ ଡେମୋକ୍ରାଟିକ ପାର୍ଟିର ପିୟା ଡାଣ୍ଡିଆ ଏବଂ ଅମିଶ ଶାହା ମଧ୍ୟ ର୍ନିବାଚନ ମଇଦାନରେ ଅଛନ୍ତି।
ଫ୍ଲୋରିଡାରୁ ଡେମୋକ୍ରାଟିକ ପ୍ରାର୍ଥୀ ପିୟା ଡାଣ୍ଡିଆ ଜିତିଛନ୍ତି। ପିୟା ଫ୍ଲୋରିଡାର ୨୨ତମ କଂଗ୍ରେସନାଲ ଜିଲ୍ଲାରୁ ବିଜୟ ହାସଲ କରିଛନ୍ତି। ଡିସିଜନ ଡେସ୍କ ଏଚ୍ୟୁ ତାଙ୍କୁ ବିଜେତା ଘୋଷଣା କରିଛି। ପିୟାଙ୍କୁ ପ୍ରାୟ ୫୨.୨ ପ୍ରତିଶତ ଭୋଟ ମିଳିଛି।
ଡେମୋକ୍ରାଟିକ ପାର୍ଟିର ସୁହାସ ସୁବ୍ରମଣ୍ୟମ ଏବଂ ଅରୁଣା ମିଲର ମଧ୍ୟ ବିଜୟ ହାସଲ କରିଛନ୍ତି। ଏହି ଦୁହେଁ ପୂର୍ୱରୁ ମଧ୍ୟ ର୍ନିବାଚନ ଜିତିସାରିଛନ୍ତି। ଭର୍ଜିନିଆର ୧୦ତମ କଂଗ୍ରେସନାଲ ଜିଲ୍ଲାରେ ସୁବ୍ରମଣ୍ୟମଙ୍କୁ ୬୩ ପ୍ରତିଶତ ଭୋଟ ମିଳିଛି। ପ୍ରତିନିଧି ସଭାରେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ। ୨୦୨୪ ମସିହାରେ ସେ ଭର୍ଜିନିଆରୁ କଂଗ୍ରେସରେ ପହଞ୍ଚିଥିବା ପ୍ରଥମ ଭାରତୀୟ-ଆମେରିକୀୟ ହୋଇଥିଲେ।
ମେରାଇଲ୍ୟାଣ୍ଡରେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର ମଧ୍ୟ ବିଜୟ ହାସଲ କରିଛନ୍ତି। ଜିତିବା ପରେ ସେ ପୁଣିଥରେ ଉପ-ଗଭର୍ନର ପଦବୀରେ ଆସୀନ ହେବେ।
ମିଡଟର୍ମ ନିର୍ୱାଚନରେ ଓହିଓର ଗଭର୍ନର ପଦବୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ରିପବ୍ଲିକାନ ପ୍ରାର୍ଥୀ ବିବେକ ରାମସ୍ୱାମୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ତାଙ୍କୁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଡା. ଏମି ଏକ୍ଟନ ପରାସ୍ତ କରିଛନ୍ତି।
ଏହି ତିନିଜଣଙ୍କ ବ୍ୟତୀତ ଭାରତୀୟ ମୂଳର ଅନେକ ଲୋକ ଅଛନ୍ତି ଯେଉଁମାନେ ର୍ନିବାଚନ ଲଢ଼ିଛନ୍ତି। ଏଥିରେ ରିତେଶ ଟଣ୍ଡନ, ନୀରବ ସେଠ, ଡା. ଅମିଶ ଶାହା, ମହେଶ ଗନୋରକର, ସନ୍ଦୀପ ଦୀକ୍ଷିତ ଏବଂ ଅନିଲ କୁମାର ସାମିଲ ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।