ଆରମ୍ଭ ହେଲା Mettle Meet 2026 ମହାକୁମ୍ଭ

Aug 08, 2026 - 10:17
ଆରମ୍ଭ ହେଲା Mettle Meet 2026 ମହାକୁମ୍ଭ

ଭୁବନେଶ୍ୱର, ୮।୮: ୨୦୨୬ ‘ମେଟଲ ମିଟ୍‌’ ପ୍ରିଲିମ୍ସ ଆଜିଠାରୁ ଆରମ୍ଭ ହୋଇଯାଇଛି। ଓଡ଼ିଶା ପୋଷ୍ଟ ମେଟଲ ମଟ୍‌ର ଜୁନିୟର ବର୍ଗ ଏକତ୍ରିତ ହେଉଥିବାବେଳେ ପ୍ରଥମ ଲଢ଼େଇ ନିକଟବର୍ତ୍ତୀ ହେଉଛି। ପିଲାଙ୍କ ମଧ୍ୟରେ ଚାପ ବୃଦ୍ଧି ପାଉଛି। କିଏ ଉପରକୁ ଉଠିବ? କିଏ ସବୁଠାରୁ କଠିନ ପ୍ରଶ୍ନଗୁଡ଼ିକର ସମାଧାନ କରିବ? କିଏ ୨୦୨୬ର ମେଟଲ ମିଟ୍‌ ଚାମ୍ପିୟନ ଟାଇଟଲ ଅର୍ଜନ କରିବ? ସେନେଇ ସମସ୍ତଙ୍କ ନଜର ରହିଛି।

ସେପଟେ ସକାଳ ୮.୩୦ରୁ ଏହି କୁଇଜ ମହାକୁମ୍ଭ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ଏହି ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନ ପ୍ରିଲିମ ହେବାକୁ ଥିବାବେଳେ ଦ୍ୱିତୀୟ ଦିନ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଚଳିତବର୍ଷ ସାରା ରାଜ୍ୟରୁ ୮୦ଟି ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରୁଛନ୍ତି। ଜୁନିୟର ଗ୍ରୁପ୍‌ରେ ୩୯ଟି ଟିମ ଥିବାବେଳେ ସିନିୟର ଗ୍ରୁପ୍‌ରେ ୪୧ଟି ଟିମ ରହିଛନ୍ତି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।