ଆସନ୍ତା କାଲି ଓଡିଶା ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ

Oct 05, 2026 - 11:25
ଆସନ୍ତା କାଲି ଓଡିଶା ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା କାଲି ଓଡିଶା ଗସ୍ତରେ ଆସିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେ କୋରାପୁଟ ଜିଲ୍ଲା ସୁନାବେଡା ସ୍ଥିତ 'ହାଲ'( ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ) ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । 'ହାଲ' ପରିସରରେ ନୂତନ 'ଶକ୍ତି ଇଞ୍ଜିନ' (Shakti Engine) ସୁବିଧାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । 

ରାଜନାଥ ସିଂହଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ । ପ୍ରତିରକ୍ଷା ମନ୍ତ୍ରୀ ହାଲ ର ବରିଷ୍ଠ ଅଧିକାରୀମାନଙ୍କ ସହ ପ୍ରତିରକ୍ଷା ଉତ୍ପାଦନ ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । 

ଭିଭିଆଇପିଙ୍କ ଗସ୍ତ ପାଇଁ ସୁନାବେଡା ସହରରେ ସୁରକ୍ଷାବ୍ୟବସ୍ଥା କଡାକଡି କରାଯାଇଛି । ସୁନାବେଡା ଅଞ୍ଚଳରେ କୌଣସି ବାହାର ଲୋକଙ୍କୁ ଭିତରକୁ ଛଡାଯାଉନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।