ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ
ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ ଓ ରାସ୍ତାରୋକୋ କରାଯାଇଥିଲା। ବନ୍ଦକୁ ଲୋକଙ୍କ ସ୍ବତଃ ସମର୍ଥନ ମିଳିଥିଲା। ଗାଡ଼ିମୋଟର ସରକାରୀ ବେସରକାରୀ ଅନୁଷ୍ଠାନ ପାଟଣା ବ୍ଲକ ମୁଖ୍ୟାଳୟ ବ୍ଲକ ଛକରେ ପୂର୍ବତନ ବ୍ଲକ କଂଗ୍ରେସ କମିଟି ସଭାପତି ଲକ୍ଷ୍ମଣ କୁମାର ଦାଶଙ୍କ ନେତୃତ୍ୱରେ ବରିଷ୍ଠ ନେତା ଦିଲ୍ଲୀପ କୁମାର ଦାଶ, ଜ୍ଞାନେନ୍ଦ୍ର ମିଶ୍ର, ମଣିରତ୍ନ ବାରିକ, ଦାଶରଥି ବାରିକ, ବ୍ରହ୍ମାନନ୍ଦ ପଲେଇ ଓ ନାଥ ନାଏକ ପ୍ରମୁଖ ପିକେଟିଂ କରିଥିଲେ। ଏହାସହ ବ୍ଲକ, ତହସିଲ ଓ କଲେଜ ବନ୍ଦ କରିବା ସହ ବ୍ଲକ ଛକରେ ମୋ’ ବସ୍ ସମେତ ବିଭିନ୍ନ ଗାଡ଼ିମୋଟର ଅଟକାଇ ଫେରାଇ ଦେଇଥିଲେ।
ସେହିପରି ପାଟଣା ବ୍ଲକ କଂଗ୍ରେସ ସଭାପତି ଗୋବିନ୍ଦ ମହାନ୍ତଙ୍କ ନେତୃତ୍ୱରେ ନିହ୍ନୁଆଁ ଓ ଝାରବେଡ଼ା ଛକରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ସୁବଳ ସାହୁ, ଗୌତମ ସାହୁ, ଗୋବର୍ଦ୍ଧନ ସିଂ, ଗୋବିନ୍ଦ ନାଏକ, ମୁରଲୀ ନାଏକ, ସୁବୋଧ ସେଠୀ, ବ୍ରଜବନ୍ଧୁ ନାଏକ ଓ ମାନସ ନାଏକ ପ୍ରମୁଖ କର୍ମୀ ଏଥିରେ ସାମିଲ ହୋଇଥିଲେ।
ଅନୁରୂପ ଭାବେ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ବ୍ଲକ ଛକରେ ବ୍ଲକ କଂଗ୍ରେସ ସଭାପତି ସରୋଜ ବାବୁ ବୋଘେଲଙ୍କ ନେତୃତ୍ୱରେ ପିକେଟିଂ କରାଯାଇଥିଲା। ପୂର୍ବତନ ବ୍ଲକ ସଭାପତି ମୁକୁନ୍ଦ ଚନ୍ଦ୍ର ମହାନ୍ତ, ଗୌର ଦାସ, ବେଣୁଧର ନାଏକ, ଚିତ୍ତରଞ୍ଜନ ତରେଇ ଓ ଅଜିତ ସାହୁ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।