ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ
ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କ ମୃତଦେହଟି ଗଛରେ ଝୁଲୁଥିବା ବେଳେ ଦୁଇଟି ଚପଲ ଗଛ ମୂଳରେ ରଖାଯାଇଥିବା ଦେଖିବାକୁ ମିଳିଛି l ଘଟଣାସ୍ଥଳରେ ଚନ୍ଦନଭାଟି ଫାଣ୍ଡି ପୋଲିସ ଓ ସଦର ଥାନା ଅଧିକାରୀ ରାଜ କୁମାର ବିଶ୍ୱାଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚିଛି। ମୃତ ଯୁବକ ଜଣଙ୍କ ପାଟଣାଗଡ଼ ଅଞ୍ଚଳର ବୋଲି ଆଲୋଚନା ହେଉଛି। ଘଟଣା ସମ୍ପର୍କରେ ଜାଣିବା ପରେ କୁସମେଲ ସରପଞ୍ଚ କୌସ୍ତୁଭ ସାହୁ ମୃତ ଯୁବକଙ୍କ ପରିଚୟ ଖୋଜିବା ସମ୍ପର୍କରେ ଉଦ୍ୟମ କରାଯାଉଥିବା ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।