‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

Oct 08, 2026 - 07:48
‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି ଡାକରାରେ ସାମିଲ ହୋଇଛନ୍ତି। ଫଳରେ ବସ, ଅଟୋ ଓ ଟ୍ରେନ ସେବା ପ୍ରଭାବିତ ହୋଇଛି। ରାଜପଥ ଉପରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଇଛି। ଏହି ବନ୍ଦ ଡାକରା ଯୋଗୁ ଘରୋଇ ଅନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। MMDR ବିଲ୍‌ ପ୍ରତ୍ୟାହାର, CECଙ୍କ ଇସ୍ତଫା ଦାବି , ପାଠ୍ୟ ପୁସ୍ତକରେ ତ୍ରୁଟି ଆଦି ବିଭିନ୍ନ ଦାବି ନେଇ ‘ଇଣ୍ଡି’ ମେଣ୍ଡ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।