ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ରେ କରିପାରନ୍ତି ଏହି କମାଲ୍
ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍ର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୨୭ରେ ଖେଳାଯିବ। ଏହି ସିରିଜ୍ରେ ଅଭିଜ୍ଞ ତାରକା ରୋହିତ ଶର୍ମା ଓ ବିରାଟ କୋହଲି ମଧ୍ୟ ଖେଳୁଥିବା ନଜର ଆସିବେ।
ୱେଷ୍ଟଇଣ୍ଡିଜ ବିପକ୍ଷ ଏହି ଦିନିକିଆ ସିରିଜ ରୋହିତ ଓ ବିରାଟଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଉଭୟ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍ରେ କିଛି ବଡ଼ ମାଇଲଖୁଣ୍ଟ ହାସଲ କରିବାର ନିକଟରେ ଅଛନ୍ତି। ତେଣୁ ଏହି ସିରିଜ ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି।
ଏହି ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲିଙ୍କ ଉପରେ ରହିଛି ସମସ୍ତଙ୍କ ନଜର। କୋହଲି ଏବେ ଦିନିକିଆ କ୍ରିକେଟ୍ରେ ୧୫ ହଜାର ରନ୍ର ଐତିହାସିକ ମାଇଲଖୁଣ୍ଟଠାରୁ ମାତ୍ର ୫୯ ରନ ଦୂରରେ ଅଛନ୍ତି। କୋହଲି ଏପର୍ଯ୍ୟନ୍ତ ୩୧୪ଟି ଦିନିକିଆ ମ୍ୟାଚ୍ରେ ୧୪,୯୪୧ ରନ ସଂଗ୍ରହ କରିଛନ୍ତି।
ଭାରତୀୟ ଟିମ୍ର ଅଭିଜ୍ଞ ବ୍ୟାଟର୍ ରୋହିତ ଆଉ ଏକ ବଡ଼ ରେକର୍ଡ ହାସଲ କରିବା ଦ୍ୱାରରେ ଅଛନ୍ତି। ଏପର୍ଯ୍ୟନ୍ତ ୨୮୮ଟି ଦିନିକିଆ ମ୍ୟାଚ ଖେଳି ରୋହିତ ୧୧,୮୯୫ ରନ ସଂଗ୍ରହ କରିଛନ୍ତି। ୧୨ ହଜାର ଦିନିକିଆ ରନ ପୂରଣ କରିବା ପାଇଁ ତାଙ୍କୁ ଆଉ ମାତ୍ର ୧୦୫ ରନ ଆବଶ୍ୟକ। ଯଦି ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ରେ ରୋହିତ ଏହି ମାଇଲଖୁଣ୍ଟ ଛୁଇଁନ୍ତି। ତେବେ ସେ ଦିନିକିଆ କ୍ରିକେଟ୍ରେ ୧୨ ହଜାରରୁ ଅଧିକ ରନ କରିଥିବା ଅଳ୍ପ କିଛି ବ୍ୟାଟରଙ୍କ ତାଲିକାରେ ସାମିଲ ହେବେ।
ରୋହିତଙ୍କ ସହ ବିରାଟ କୋହଲି ମଧ୍ୟ ଏହି ସିରିଜ୍ରେ ନଜରରେ ରହିବେ। ଦୀର୍ଘ ସମୟ ଧରି ଭାରତୀୟ ବ୍ୟାଟିଂର ଦୁଇ ପ୍ରମୁଖ ସ୍ତମ୍ଭ ରହିଥିବା ଏହି ଦୁଇ ଖେଳାଳିଙ୍କ ଉପସ୍ଥିତି ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜକୁ ଆହୁରି ଆକର୍ଷଣୀୟ କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।