ଇନଷ୍ଟାଗ୍ରାମରେ ପ୍ରେମ, ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ। ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା ନାବାଳିକା। ରାଜଧାନୀରେ ଏଭଳି ଘଟଣା ଘଟିଥିବା ବେଳେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ମହିଳା ଥାନା ପୋଲିସ।
ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଶ୍ରୀରାମପୁର ଅଞ୍ଚଳର ଦେବରାଜ ବିଶ୍ୱାଳ। ପୀଡ଼ିତା ନାବାଳିକା ଜଣକ ରାଜଧାନୀରେ ରହି ଯୁକ୍ତ ଦୁଇରେ ପାଠ ପଢ଼ୁଛନ୍ତି। ପ୍ରାୟ ଦେଢ଼ ବର୍ଷ ପୂର୍ବେ ଇନଷ୍ଟାଗ୍ରାମ ମାଧ୍ୟମରେ ଦେବରାଜଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିବା ବେଳେ ଅଭିଯୁକ୍ତ ଜୋରଜବରଦସ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମହିଳା ଥାନା ପୋଲିସ ଅଭିଯୁକ୍ତ ଦେବରାଜ ବିଶ୍ୱାଳଙ୍କୁ ଗିରଫ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।