କାମ ଦେଉନି ସଚେତନତା। ସୁବର୍ଣ୍ଣପୁର ଜିଲ୍ଲାରେ କମୁଛି ଝିଅ ସଂଖ୍ୟା
ନନ୍ଦିଘୋଷ ବ୍ୟୁରୋ : କାମ ଦେଉନି ସଚେତନତା। ସୁବର୍ଣ୍ଣପୁର ଜିଲ୍ଲାରେ କମୁଛି ଝିଅ ସଂଖ୍ୟା। ବଢୁଛି ଉଦବେଗ। କନ୍ୟା ଭୃଣ ହତ୍ୟା ନେଇ ବଢୁଛି ସନ୍ଦେହ। ଫୋକସରେ ଉଲୁଣ୍ଡା ଓ ତରଭା। ଜିଲ୍ଲା ଚିକିତ୍ସାଳୟରେ ବସିଥିବା PCPNDT ବୈଠକରୁ ଆସିଲା ସାଂଘାତିକ ତଥ୍ୟ । ରାଜ୍ୟ ତୁଳନାରେ ଜିଲ୍ଲା ରହିଛି ପଛରେ। ତଥ୍ୟ ଅନୁସାରେ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟରେ ପ୍ରତି ହଜାରେ ଶିଶୁ ପୁତ୍ର ରେ ୯୨୩ ଶିଶୁ କନ୍ୟା ଜନ୍ମ ହେଉଥିବାବେଳେ ଜିଲ୍ଲାରେ ୮ ଶହ ୯୬ ରହିଛି । କେବଳ ସେତିକି ନୁହେଁ ବ୍ଲକ ସ୍ତରରେ ଉଲୁଣ୍ଡା ୮ ଶହ ୬୮ ଥିବାବେଳେ ତରଭା ବ୍ଲକ ରେ ରହିଛି ସର୍ବନିମ୍ନ ୭ ଶହ ୪୪ । ଯାହାକି ଚିନ୍ତାଜନକ ବୋଲି କହିଛନ୍ତି ସାମାଜିକ କର୍ମୀ।
ଚାଲିଛି କି ବେଆଇନ କନ୍ୟା ଭୃଣ ହତ୍ୟା ? ଜିଲ୍ଲାରେ ପୁଅ ଝିଅ ଅନୁପାତ କୁ ନେଇ ବଢୁଛି ସନ୍ଦେହ । ଜିଲ୍ଲାରେ ବର୍ତ୍ତମାନ ମୋଟ୍ ୧୫ ଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ଥିବାବେଳେ ସେଥିରୁ ୭ ଟି ସରକାରୀ ଓ ୮ ଟି ବେସରକାରୀ ଭାବେ ଚାଲିଛି । ତେବେ ଏହି କ୍ଲିନିକ୍ ମାନଙ୍କରେ ଅବାଧରେ ବେଆଇନ ଲିଙ୍ଗ ନିରୂପଣ ଚାଲିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଏହାକୁ ଚିନ୍ତାଜନକ କହିବା ସହ ତର୍ଜମା କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି…।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।