ଇମ୍ରାନ ଖାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

Aug 18, 2026 - 18:25
ଇମ୍ରାନ ଖାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଇସଲାମାବାଦ,୧୮।୮: ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପାକିସ୍ତାନ ସର୍ବୋଚ୍ଚ କୋର୍ଟ ମଙ୍ଗଳବାର ପାକ୍‌ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସର୍ବୋଚ୍ଚ କୋର୍ଟ ଇମ୍ରାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଇମ୍ରାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଇସଲାମାବାଦର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କୋର୍ଟ ସରକାରଙ୍କୁ କହିଛନ୍ତି।

ସେପ୍ଟେମ୍ବର ୧୬ ଯାଏ ଇମ୍ରାନ ଖାନ ହସ୍ପିଟାଲରେ ରହି ପାରିବେ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଇମ୍ରାନଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ ପାଇଁ ଏକ ମେଡିକାଲ ବୋର୍ଡ ଗଠନ ହେବ। ବୋର୍ଡରେ ଇମ୍ରାନଙ୍କ ବ୍ୟକ୍ତିଗତ ଡାକ୍ତର ଏବଂ ତାଙ୍କ ଭଉଣୀ ରହିପାରିବେ ବୋଲି ସୂଚନା ମିଳିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।