ଉଜ୍ଜ୍ୱଳ ଭବିଷ୍ୟତ  

Aug 27, 2026 - 17:02
ଉଜ୍ଜ୍ୱଳ ଭବିଷ୍ୟତ  

 

ବିଶ୍ୱ ଅର୍ଥନୈତିକ ମଞ୍ଚ ( ଡବ୍ଲୁଇଏଫ )ର 'ଫ୍ୟୁଚର ଅଫ୍ ଜବ୍ସ' ରିପୋର୍ଟ ଅନୁସାରେ, ଏଆଇ ଏବଂ ମେସିନ୍ ଲର୍ନିଂ ବିଶେଷଜ୍ଞମାନେ ବିଶ୍ୱର ଶୀର୍ଷ ୫ଟି ଉଦୀୟମାନ ପଦବୀ ମଧ୍ୟରେ ସ୍ଥାନ ପାଉଛନ୍ତି । ମାନବ ସମ୍ବଳ ଏବଂ ସ୍ୱୟଂଚାଳିତ ପ୍ରଯୁକ୍ତିବିଦ୍ୟା ଯୋଗୁଁ ୮୫ ନିୟୁତ ପୁରୁଣା ଚାକିରି ପ୍ରଭାବିତ ହେଉଥିବା ବେଳେ, ଏଆଇ ଓ ଡାଟା କ୍ଷେତ୍ରରେ ୯୭ ନିୟୁତ ନୂଆ କର୍ମସଂସ୍ଥାନ ସୃଷ୍ଟି ହେଉଛି । ଏଣୁ ଏଆଇ ଇଞ୍ଜିନିୟରିଂ ଚୟନ କରିବା ଦ୍ୱାରା ନିଜ କ୍ୟାରିୟର କେବେ ମୂଲ୍ୟହୀନ ହେବ ନାହିଁ, ଯାହା ବର୍ତ୍ତମାନ ଯୁବପିଢିଙ୍କୁ ବିଶେଷଭାବେ ଆକୃଷ୍ଟ କରୁଛି ।

ଆଧୁନିକ  ଶିକ୍ଷାଦାନ

 ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକ ଏଆଇ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ବ୍ୟାବହାରିକ ଜ୍ଞାନକୌଶଳକୁ ପ୍ରାଧାନ୍ୟ ଦେଉଛନ୍ତି । ଏଥିରେ ପ୍ରକଳ୍ପ ଭିତ୍ତିକ ଶିକ୍ଷା, ହ୍ୟାକାଥନ୍, ଏଆଇ ଷ୍ଟାର୍ଟଅପ୍ରେ ଇଣ୍ଟର୍ନସିପ୍ ଏବଂ ରୋବୋଟିକ୍ସ, କମ୍ପ୍ୟୁଟର ଭିଜନ୍, ଏନ୍ଏଲ୍ପି  ଓ ଡାଟା ସାଇନ୍ସ ପରି ବିଷୟରେ ବିଶେଷଜ୍ଞତା ହାସଲ କରିବାର ସୁଯୋଗ ମିଳୁଛି, ଯାହା ଶିଳ୍ପ ଜଗତର ବର୍ତ୍ତମାନର ଆବଶ୍ୟକତା ସହ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରଖୁଛି ।

ସକାରାତ୍ମକ ପ୍ରଭାବ

 ଜଣେ ଏଆଇ ଇଞ୍ଜିନିୟର ଭାବରେ ଆପଣ ବିଶ୍ୱର ଅନେକ ବଡ଼ ସମସ୍ୟାର ସମାଧାନରେ ଯୋଗଦାନ ଦେଇପାରିବେ । ରୋଗର ପୂର୍ବାନୁମାନ କରି ଜୀବନ ବଞ୍ଚାଇବା, ଅତ୍ୟାଧୁନିକ ଶକ୍ତି ପ୍ରଣାଳୀ ଦ୍ୱାରା ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା, ଏଆଇ ଟ୍ୟୁଟର ମାଧ୍ୟମରେ ସମସ୍ତଙ୍କ ପାଇଁ ଶିକ୍ଷା ପହଞ୍ଚାଇବା ଏବଂ ବିପର୍ଯ୍ୟୟ ପରିଚାଳନାରେ ପୂର୍ବସୂଚନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପରି ମହତ୍ କାର୍ଯ୍ୟରେ ଏହି ପ୍ରଯୁକ୍ତିବିଦ୍ୟା ସାହାଯ୍ୟ କରେ । ଯାହା ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନ ଆତ୍ମ ସନ୍ତୋଷ ପ୍ରଦାନ କରୁଛି ।

ପାରମ୍ପରିକ ଇଞ୍ଜିନିୟରିଂ ତୁଳନାରେ ଏଆଇ ଇଞ୍ଜିନିୟରିଂ ଚୟନ କରିବା ଛାତ୍ରମାନଙ୍କ ଭବିଷ୍ୟତ ପାଇଁ ଏକ ସୁଚିନ୍ତିତ ଓ ଲାଭଦାୟକ ନିବେଶ । ଯଦି ଛାତ୍ରମାନେ ଅଧିକ ଦରମା ସହ ଏକ ବିଶ୍ୱସ୍ତରୀୟ, ନିରନ୍ତର ପରିବର୍ତ୍ତନଶୀଳ ଏବଂ ପ୍ରଭାବଶାଳୀ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି, ତେବେ ଏଆଇ ଇଞ୍ଜିନିୟରିଂ ବର୍ତ୍ତମାନ ଏକ ଶ୍ରେଷ୍ଠ ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେବେ ଏହା ସମସ୍ତ ଛାତ୍ର ଓ ପରିବାରର ନିଜସ୍ବ ନିଷ୍ପତ୍ତି ଉପରେ ନର୍ଭର କରେ ସେମାନେ ଏହାକୁ ଗ୍ରହଣ କରିବେ କି ନକରିବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।