ଉଥପ୍ପା ମୁମ୍ବଇ ଇଣ୍ଡିଆନ୍‌ସର ବ୍ୟାଟିଂ ପ୍ରଶିକ୍ଷକ

Oct 31, 2026 - 14:17

ନୂଆଦିଲ୍ଲୀ : ଆଇପିଏଲ -୨୦୨୭ ଲାଗି ମୁମ୍ବଇ ଇଣ୍ଡିଆନ୍‌ସ ଶୁକ୍ରବାର ପ୍ରଶିକ୍ଷକ ଦଳ ଘୋଷଣା କରିଛି। ପୂର୍ବତନ ଭାରତୀୟ ବ୍ୟାଟ୍‌ସମ୍ୟାନ ତଥା ଦୁଇଥର ଆଇପିଏଲ ବିଜେତା ରବୀନ ଉଥପ୍ପାଙ୍କୁ ମୁମ୍ବଇ ଇଣ୍ଡିଆନ୍‌ସ ବ୍ୟାଟିଂ ପ୍ରଶିକ୍ଷକ ନିଯୁକ୍ତ କରିଛି। ତାଙ୍କ ସହ ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ମିଚେଲ ମ୍ୟାକକ୍ଲିନନାଘନଙ୍କୁ ବୋଲିଂ ,ଭାରତୀୟ ଦଳର ପୂର୍ବତନ ଫିଲ୍ଡିଂ ପ୍ରଶିକ୍ଷକ ଟି ଦିଲୀପଙ୍କୁ ଫିଲ୍ଡିଂ ଓ ଧାୱଲ କୁଲକର୍ଣ୍ଣିଂଙ୍କୁ ଡେଭଲପମେଣ୍ଟ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଗତ ସପ୍ତାହରେ ମହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ କିରଣ ପୋଲାର୍ଡଙ୍କୁ ମୁମ୍ବଇ ଇଣ୍ଡିଆନ୍‌ସ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିଥିଲା। ଗୁରୁବାର ବୋଲିଂ ପ୍ରଶିକ୍ଷକ ରହିଥିବା ଲସିଥ ମାଲିଙ୍ଗା, ପାରାସ ମାହାମ୍ବ୍ରେ ଓ ଫିଲ୍ଡିଂ ପ୍ରଶିକ୍ଷକ କାର୍ଲ ହପକିନ୍‌ସନଙ୍କ ସହ ମୁମ୍ବଇ ଇଣ୍ଡିଆନ୍‌ସ ଚୁକ୍ତି ସମାପ୍ତ କରିଥିଲା। ରବିନ ଉଥପ୍ପା ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ୧୪ଟି ଆଇପିଏଲ ମ୍ୟାଚ ଖେଳି ୩୨୦ରନ କରିଥିଲେ। ସେ ୨୦୦୮ ପ୍ରଥମ ସଂସ୍କରଣରେ ଦଳ ସହ ସାମିଲ ଥିଲେ। ଏହା ପରେ ସେ ୫ଟି ଆଇପିଏଲ ଫ୍ରାଞ୍ଚାଇଜ୍‌ ପାଇଁ ଖେଳିଥିଲେ। କଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ବିଜେତା ଦଳର ସଦସ୍ୟ ଥିଲେ। ମୋଟ୍‌ ଉପରେ ଉଥପ୍ପା ୨୦୫ଟି ଆଇପିଏଲ ମ୍ୟାଚ ଖେଳି ୪୯୫୨ରନ କରିଥିଲେ। ଏହାଛଡ଼ା ମିଚେଲ ମ୍ୟାକକ୍ଲିନନାଘନ ଓ କୁଲକର୍ଣ୍ଣି ମଧ୍ୟ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଆଇପିଏଲ ଖେଳିଛନ୍ତି। ମ୍ୟାକକ୍ଲିନନାଘନ ମୁମ୍ବଇ ପାଇଁ ୫୬ଟି ମ୍ୟାଚ ଖେଳି ୭୧ଟି ୱିକେଟ ନେଇଛନ୍ତି। ଭାରତ ପକ୍ଷରୁ ୧୨ଟି ଦିନିକିଆ ଓ ଦୁଇଟି ଟି୨୦ ମ୍ୟାଚ ଖେଳିଥିବ​‌ା ଧୱଲ କୁଲକର୍ଣ୍ଣି ମଧ୍ୟ ୨୦୦୮ରୁ ୨୦୧୩ ଏବଂ ୨୦୨୦ ଓ ୨୦୨୧ରେ ମୁମ୍ବଇ ଇଣ୍ଡିଆନ୍‌ସ ପକ୍ଷରୁ ଖେଳିଥିଲେ। ଗତ ଦୁଇ ଆଇପିଏଲ ଋତୁ ୨୦୨୫ରେ ଚତୁର୍ଥ ଓ ୨୦୨୬ରେ ନବମ ସ୍ଥାନ ହାସଲ କରିବା ପରେ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଶିକ୍ଷକ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ କରିଛି।

୧୨ ବର୍ଷପରେ.. ଆଜି ବୃହସ୍ପତି ଚଳନ; ପୁଣି ଶନିଙ୍କ ସହ ଖାସ୍ ସଂଯୋଗ, ଜାଣନ୍ତୁ ୧୨ ରାଶି ଉପରେ ପ୍ରଭାବ, କିଏ ହେବ ଧନୀ, କାହାର ଖୋଲିବ ଭାଗ୍ୟ..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।